Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ପାଇଁ ବାଲେଶ୍ଵରରେ ନାହାନ୍ତି ପ୍ରାର୍ଥୀ ?

Odisha

ବିଜେଡି ପାଇଁ ବାଲେଶ୍ଵରରେ ନାହାନ୍ତି ପ୍ରାର୍ଥୀ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ପାଇଁ ବାଲେଶ୍ଵରରେ ନାହାନ୍ତି ପ୍ରାର୍ଥୀ ?

Key Points

  • ବିଜେଡି ପାଇଁ ବାଲେଶ୍ଵରରେ ନାହାନ୍ତି ପ୍ରାର୍ଥୀ ?
  • ଆମଦାନୀ ନେତାଙ୍କୁ ନବୀନ କରିଛନ୍ତି କି ଅପେକ୍ଷା ?
  • ସବୁ ସରିଲା, ବାଲେଶ୍ଵର କିଆଁ ରହିଲା ?

ଅର୍ଗସ ବ୍ୟୁରୋ: ବିଜେଡିକୁ ବାଲେଶ୍ଵର ଅଡୁଆ । ଦୁଇ ପର୍ଯ୍ୟାୟରେ ରାଜ୍ୟର ୨୦ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ହେଲେ କେବଳ ବାଲେଶ୍ଵରରେ ଏଯାଏଁ ଘୋଷଣା ହୋଇନି ପ୍ରାର୍ଥୀଙ୍କ ନାଁ । କୁହାଯାଉଛି କି ବିଜେପିର ଲୋକସଭା ପ୍ରାର୍ଥୀଙ୍କ ପ୍ରତିଦ୍ଵିନ୍ଦ୍ଵୀ ଭାବରେ ବିଜେଡିରେ କେହି ପ୍ରାର୍ଥୀ ନାହାନ୍ତି , ସେଇଥି ଲାଗି ତ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପ୍ଲାନ୍‌ କରିଛି ଶଙ୍ଖ ଦଳ । ଏମିତିକି ଆମଦାନୀ ନେତା କାଳେ ପ୍ରାର୍ଥୀ ହେବେ ବୋଲି ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ସେ କେଉଁ ଦଳରୁ ଆମଦାନୀ ହେବେ ସେନେଇ ଏବେ ବି କିଛି ସ୍ପଷ୍ଟ ସୂଚନା ମିଳିନାହିଁ । 

ବାଲେଶ୍ୱରରୁ ବିଜେଡିର ସାଂସଦ ପ୍ରାର୍ଥୀ କିଏ ? ଦଳ ୨୦ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ବାଲେଶ୍ୱର ପାଇଁ କିଏ ପ୍ରାର୍ଥୀ ହେବେ ସେନେଇ ନିଷ୍କର୍ଷ ବାହାରି ପାରିନଥିବା କୁହାଯାଉଛି । ବାଲେଶ୍ୱରରେ ବିଜେପି ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ତେଣୁ ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେବା ପାଇଁ ଜଣେ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ଅଙ୍କ କଷୁଛି ଦଳ । ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିର୍ବାଚନ ଲଢିବାକୁ ପୂର୍ବରୁ ମନା କରିଥିଲେ । ତେଣୁ ଦଳର ବିଜୟ ପାଇଁ ରାଜ୍ୟସ୍ତରୀୟ ନେତା ରବୀନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କୁ ରାଜି କରାଇ ପୁଣି ଥରେ ପ୍ରାର୍ଥୀ କରିବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି । ଏପରି ସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ନଜର ରହିଛି । ସେପଟେ କଂଗ୍ରେସ ମଧ୍ୟ ବାଲେଶ୍ୱର ପାଇଁ କାହାରି ନାଁ ଘୋଷଣା କରିନାହିଁ ।

ବିଜେଡିରେ ଏବେ ବିଦ୍ରୋହ ପ୍ରବଳ । ସେଇଥି ଲାଗି ତ ମାପିଚୁପି ପ୍ରାର୍ଥୀଙ୍କ ନାଁ ଘୋଷଣା କରୁଛି ଶାସକ ଦଳ । ହେଲେ ପୂର୍ବ-ଓଡ଼ିଶା ତଥା ବିଜେଡି ଗଡରେ ପୂର୍ବଥର ଧଶେଇ ପଶିଥିଲା ବିଜେପି । ଖାଲି ପଶିଲା ତାହା ନୁହେଁ ବରଂ ପୋଛି ଦେଲା । ସେଇଥି ଲାଗି ତ ଏସନ ବାଲେଶ୍ଵର ଆସନ ବିଜେଡି ଲାଗି ସମ୍ମାନ । କିନ୍ତୁ ନେତାଙ୍କ ମରୁଡି ପାଇଁ ଏଇ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି ବିଜେଡି । ତେବେ ସମୟ କହିବ କେବେ ପୁଣି ଥରେ ବାଲେଶ୍ଵର ପାଇଁ ଘୋଷଣା ହେଉଛନ୍ତି ପ୍ରାର୍ଥୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Argus Whatsapp Channel Mobile Top
Sponsored
Balasore Lok Sabha Constituency | Argus News