Videos
|
Odisha

ବିଲୁପ୍ତ ହୋଇଯିବେ କି ବାଇଚଢେଇ ?

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଲୁପ୍ତ ହୋଇଯିବେ କି  ବାଇଚଢେଇ ?

ଖୋର୍ଦ୍ଧା :  ଆଉ ତାଳ ଗଛରେ ଦୋଳି ଖେଳୁନି ବାଇ ଚଢେଇ ବସା।  ବୁଢି ମା ତାର ନାତି ନାତୁଣୀଙ୍କୁ ଆଉ ଶୁଣାଉନି ବାଇ ଚଢେଇ ଗୀତ। ବାଇଚଢେଇ ଗୋଟିଏ ଛୋଟିଆ ପକ୍ଷୀଟି ଯେମିତି ସୁନ୍ଦର ତାର ବସା ମଧ୍ୟ ଠିକ୍‌ ସେମିତି ସୁନ୍ଦର।  କିନ୍ତୁ ଏବେ ବିଲୁପ୍ତ ପ୍ରାୟ।  ଆଗାମୀ ପିଢୀ ପାଇଁ  ବାଇଚଢେଇ  ସ୍ୱପ୍ନ ହୋଇ ଯିବନି ତ।?  କେବଳ ବହି ଚିତ୍ରରେ ସିମିତ ରହିବନି ତ ବାଇଚଢେଇ ବସା ?  କିଛି ଏଭଳି ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଷବିତ। ଗାଁ ନିକଟ ତାଳ ଆଉ ଖଜୁରୀ ଗଛକୁ ସୁରକ୍ଷିତ ମଣି ଏହି ପକ୍ଷୀ ତାର ବସା ବାନ୍ଧିଥାଏ। 

ବର୍ଷା ଦିନ ପୂର୍ବରୁ ବାଇ ଚଢେଇ ବାନ୍ଧୁଥିବା ଏହି ବସା ଚାଷୀ କୂଳକୁ ଦେଇଥାଏ ଅନେକ ବାର୍ତ୍ତା। ଚାଷୀ ବାଇ ଚଢେଇ ବସାକୁ ଦେଖି ତାର ଫସଲ କାର୍ଯ୍ୟ ଆଗକୁ ବଢ଼ାଇଥାଏ ବୋଲି ପରିବେଷବିତ କହିଛନ୍ତି।  ବଦଳୁଥିବା ଦୁନିଆ ସହ ତାଳ ଦେଇ ଆମ ସଭ୍ୟତା ବଦଳୁଛି । ସାଙ୍ଘାତିକ ଭାବେ ପରିବର୍ତ୍ତନ ହେଉଛି ଜଳବାୟୁ। ଅସନ୍ତୁଳନ ପରିବେଶ ଓ ଜୈବ ବିବିଧତା ମଧ୍ୟରେ ଏଠି ବିପଦରେ ପଡିଛନ୍ତି ବନ୍ୟଜନ୍ତୁଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରଜାତିର ଜୀବ ।

ଆଉ ତାହାରି ଭିତରେ ଇତିହାସର ମୁକସାକ୍ଷୀ ହୋଇ ରହିଛି ବାଇଚଢ଼େଇ । ଯେଉଁ ବାଇଚଢେଇର କିଚିରିମିଚିରି ଶବ୍ଦରେ ଫାଟିପଡୁଥିଲା ପରିବେଶ ତାହା ଏବେ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ।  ଗାଁ ଗଣ୍ଡାରେ ଦୂର ତାଳବଣରେ ଆଉ ଦିଶୁନାହିଁ ବାଇଚଢ଼େଇ ବସା କିମ୍ବା ସେଇ ବସା ଭିତରେ ଓହଳି ରହିଥ‌ିବା ଶହ ଶହ ବାଇଚଢ଼େଇଙ୍କ ଚିତ୍ର । ବର୍ତ୍ତମାନର  ପରିସ୍ଥିତି ବିଶ୍ବରେ ତାପମାତ୍ରାରେ ଅସ୍ଥିରତା ଓ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଆଜି ଭାଙ୍ଗି ଦେଇଛି ବାଇ ଚଢେଇର ବସା।
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: