Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶବ ନିକଟରେ ବାଘ ବସି ଖାଉଥିବା ଦେଖିଲେ ଗ୍ରାମବାସୀ     

Manini Pattanayak
Browse all articles by Manini Pattanayak
·2 years ago·1 min read
ଶବ ନିକଟରେ ବାଘ ବସି ଖାଉଥିବା ଦେଖିଲେ ଗ୍ରାମବାସୀ     

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଘ ମାତିଛି । କିଛି ଦିନ ପୂର୍ବରୁ ଗୋଧସପଡ଼ାର ସାତ ବର୍ଷର ନାବାଳକକୁ ଶିକାର କରିଥିବା ବେଳେ ଆଜି ଧରମବନ୍ଧା ସେକ୍ସନ ସିଲେରି ବାହରା ଗାଁ ର ଜଣେ ମହିଳାଙ୍କୁ ମାରି ଖାଇଛି ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସିଲେରୀ ବାହାରା ଗାଁର ମହିଳା ରାମେଶ୍ୱରି ମାଝି ଶୌଚ କରିବାକୁ ଯାଇ ନିଖୋଜ ଥିଲେ। ଆଜି ସକାଳେ ତାଙ୍କ ପରିବାର ଓ ଗ୍ରାମବାସୀ ବହୁତ୍ ଖୋଜା ଖୋଜି କରିବା ପରେ ନିକଟରେ ଥିବା ଏକ ଜଙ୍ଗଲରୁ ତାଙ୍କର ମୁଣ୍ଡ ଏବଂ ଗଣ୍ଡି ଅଲଗା ଥିବା ଦେଖିବାକୁ ପାଇଥିଲେ । ଶବ ନିକଟରେ ବାଘ ବସି ଖାଉଥିବା ଦେଖିଥିଲେ ଗ୍ରାମବାସୀ । ପରେ ବିଳମ୍ବରେ ବନ ବିଭାଗ ପହଞ୍ଚିଥିଲେ । କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ବର୍ତ୍ତମାନ ଶବ ବ୍ୟବଚ୍ଛେଦ କରିବା ସହ ପୀଡ଼ିତ ପରିବାର କି କ୍ଷତି ପୂରଣ ଦାବି କରିଛନ୍ତି ଗ୍ରାମବାସୀ ।
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The villagers saw the tiger sitting and eating near the corpse | Argus News