Videos
|
Odisha

ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର

Smruti Parija
Browse all articles by Smruti Parija
·2 years ago·2 min read
ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ:  କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ । ଦିନ ତମାମ ବିଭିନ୍ନ ମନ୍ଦିର ପହଁଚି ଦର୍ଶନ କରିବା ସହ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମାନେଶ୍ବର ସ୍ଥିତ ମାନଧାତା ଶିବ ମନ୍ଦିର ଦର୍ଶନ କରିବା ପରେ ବୃକ୍ସ ହୁଇଲ ସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର । 

ଏହାପରେ ନନ୍ଦପଡାର ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ବ୍ରହ୍ମପୁରା ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ମନ୍ଦଳିଆ ସ୍ଥିତ ଶ୍ୟାମ ଜୀ ମନ୍ଦିର ଓ ଦାନିପାଲି ସ୍ଥିତ ମାଁ ରାମଚଣ୍ତୀ ମନ୍ଦିର ପହଁଚି ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିବେ । ପରେ ବିଭିନ୍ନ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।

ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (@dpradhanbjp) June 16, 2024

 

ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । 

 

ସେହିପରି ସମ୍ବଲପୁରରେ ଗୁରୁଜନ ମାନଙ୍କୁ ଭେଟି ଆଶୀର୍ବାଦ ନେବା ସହ ସମ୍ବଲପୁରର ସମୃଦ୍ଧ ସାହିତ୍ୟର ପ୍ରଚାର ପ୍ରସାର, ଶିକ୍ଷା, ଅନୁକୂଳ ପରିବେଶ ତଥା ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କର ଉପାଦେୟ ପରାମର୍ଶ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

— Dharmendra Pradhan (@dpradhanbjp) June 16, 2024

 

dharmendra-pradhan-sambalpur-visit | Argus News