ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବଡଦାଣ୍ଡକୁ ଓହ୍ଲାଇବେ କାଳିଆ ସାଆନ୍ତ
·1 year ago·1 min read

Key Points
ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା
ବଡଦାଣ୍ଡରେ ପ୍ରବଳ ଭିଡ
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆ ସାଆନ୍ତଙ୍କ ସହ ବଡ଼ ଠାକୁର ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା। ଭାବବିହ୍ବଳ ଭକ୍ତ, ପୁଣି ଭକ୍ତଙ୍କ ଗହଳିରେ ଉଛୁଳିଛି ବଡ଼ଦାଣ୍ଡ। ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ରଥ, ପଥ ସବୁ ପ୍ରସ୍ତୁତ। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହେବାରେ ଲାଗିଛନ୍ତି। ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଶ୍ରୀମନ୍ଦିର ନିତି ଅନୁସାରେ ସକାଳ 9 ଟା 30ରେ ଆରମ୍ଭ ପହଣ୍ଡି ବିଜେ।
ତିନିଠାକୁର ଗୋଟି ପହଣ୍ଡିରେ ରଥାଋଢ ହେବେ। ତେବେ ତା ପୂର୍ବରୁ ଯାହା ନିତି ରହିଛି ତାହା ହେବ। କାଳିଆ ସାଆନ୍ତକୁ ଦେଖିବା ପାଇଁ ଧାଇଁ ଆସିଛନ୍ତି ଭକ୍ତଗଣ। ଆଜି 2ଟା 30 ରୁ 3ଟା 30 ମିନିଟ ମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହାପରେ ପ୍ରଭୃ ବଳଭଦ୍ରଙ୍କ ରଥ ଟଣା ଅପରାହ୍ନ 4ଟା ରୁ ଆରମ୍ଭ ହେବ। ଏହାପରେ ମା' ସୁଭଦ୍ରାଙ୍କ ରଥ ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: