Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାନା ବାନ୍ଧିଲାଣି ବାତ୍ୟା ଦାନା , କେଉଁଠି ବହିବ କେତେ ପବନ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦାନା ବାନ୍ଧିଲାଣି ବାତ୍ୟା ଦାନା , କେଉଁଠି ବହିବ କେତେ ପବନ ?

Key Points

  • ଦାନା ବାନ୍ଧିଲାଣି ବାତ୍ୟା ଦାନା
  • କେଉଁଠି ବହିବ କେତେ ପବନ
  • ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ଦାନା । ବାତ୍ୟା ଯେତିକି ଯେତିକି ପାଖକୁ ଆସୁଛି ସେତିକି ସେତିକି ଟେନସନ ବଢୁଛି । କାରଣ ଅକ୍ଟୋବର ମାସରେ ବାତ୍ୟା ଯେହେତୁ ଆସୁଛି ତେଣୁ ଲୋକେ ଛାନିଆ ହେବା ସ୍ଵାଭାବିକ କଥା ।   କାରଣ ୱେଲ ମାର୍କ ଲୋ ପ୍ରେସର ଅବପାତରେ ପରିଣତ ହୋଇସାରିଲାଣି । ଆଜି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏହାପରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ । ୨୪ ରାତି କିମ୍ବା ୨୫

ସ୍ଥଳଭାଗ ଛୁଇଁଲା ବେଳକୁ ବାତ୍ୟା ତାଣ୍ଡବ କରିବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ପୁରୀରୁ ପଶ୍ଚିମ ବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଏହା ଅତିକ୍ରମ କଲାବେଳକୁ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ । ବାତ୍ୟା ପ୍ରଭାବରେ ପ୍ରାୟ ସମସ୍ତ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ପବନ ବି ହେବ । ଖାସ କରି ବାତ୍ୟା ପାଖେଇ ଆସିବା ବେଳକୁ ପବନର ବେଗ ବଢିବ ।  ଆଜିଠୁ ବଢ଼ିବ ପବନର ବେଗ । କାଲି ସନ୍ଧ୍ୟାରୁ ୨୪ତାରିଖ ସକାଳ ଯାଏ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ୭୦ରୁ ୯୦ କିଲୋମିଟର ରହିପାରେ । ଏହା କ୍ରମଶଃ ବଢ଼ି ଶହେ କିଲୋମିଟର ଛୁଇଁବ । ସେହିପରି ୨୩ରୁ ଓଡ଼ିଶା ଉପକୂଳରେ ବଢ଼ିବ ପବନର ବେଗ ।

ବାତ୍ୟା ପ୍ରଭାବରେ ୨୩ ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିଲୋମିଟର ଛୁଇଁପାରେ । ୨୪ ତାରିଖ ରାତିରେ ପବନ ଆହୁରି ତୀବ୍ର ହେବ । ୨୪ ରାତିରୁ ୨୫ ସକାଳ ଭିତରେ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ବହିବ ପବନ । ଝଟକା ପବନ ୧୨୦ କିଲୋମିଟର ଛୁଇଁଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏତେ ଜୋରରେ ପବନ ବୋହିବାକୁ ଥିବା ବେଳେ ଗଛ ଓ ଇଲେକ୍ଟ୍ରିକ୍‌ ଖୁଣ୍ଟ ଭାଙ୍ଗିବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଇଛି । ପାରାଦ୍ୱୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ ଅଛି । ଧୀରେ ଧୀରେ ସମୁଦ୍ର ଭିତରେ ବଳ ଗୋଟାଇ ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବ । ଆଉ ୨୪ ରାତି କିମ୍ବା ୨୫ ପାହାନ୍ତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଉପକୂଳରେ ତାଣ୍ଡବ କରିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ଉପକୂଳିଆବାସୀ ଛନକା । 
 

Sponsored
heavy rainfall | Argus News