ଅଯୋଗ୍ୟଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା ?

Key Points
- ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀଙ୍କ ବଡ଼ ବୟାନ
- ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ
- ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଯିବ ସୁଭଦ୍ରା ଟଙ୍କା
ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା । କାରଣ ପ୍ରଭାତୀ କହିଛନ୍ତି, ଖୁବଶୀଘ୍ର ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା, ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ । ଏଥିସହ ଅଯୋଗ୍ୟ ହିତାଧିକାରୀ ବି କେମିତି ସୁଭଦ୍ରା ଯୋଜନାରେ ସାମିଲ ହେବେ ସେନେଇ ମୋଡାଲିଟି ପ୍ରସ୍ତୁତ କରି ନୂଆ ଗାଇଡ ଲାଇନ୍ ଅଣାଯିବ । ଖୋଦ ମନ୍ତ୍ରୀଙ୍କ ଏମିତି ବୟାନ ପରେ ପୁଣି ଥରେ ଟଙ୍କା ପାଇବା ଆଶାରେ ଶତାଧିକ ମହିଳା ।
ରାଜ୍ୟରେ ସୁଭଦ୍ରା ଯୋଜନା ପାଇବାକୁ ଏବେ ବି ଅନେକ ମହିଳା ଅପେକ୍ଷା କରିଛନ୍ତି । ଖୁବଶୀଘ୍ର ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଡିବିଟି ମାଧ୍ୟମରେ ଯୋଗ୍ୟ ମହିଳାଙ୍କ ଖାତାକୁ ଯିବ ଟଙ୍କା । ଯେକୌଣସି ସମୟରେ ଘୋଷଣା ହୋଇପାରେ ତାରିଖ । ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ସ୍ପଷ୍ଟ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ଯୋଜନାରୁ ବାଦ ପଡିଥିବା ମହିଳାଙ୍କ ପାଇଁ ନୂଆ ଗାଇଡଲାଇନ ଆଣିବାକୁ ଯାଉଛନ୍ତି ସରକାର । ବାଦ୍ ପଡିଥିବା ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ପାଇଁ ପ୍ରସ୍ତୁତ ହେଉଛି ମୋଡାଲିଟି । ଅଯୋଗ୍ୟ ହିତାଧିକାରୀ କେମିତି ଯୋଜନାରେ ସାମିଲ ହେବେ ସେନେଇ ଚିନ୍ତା କରୁଛନ୍ତି ସରକାର । କେଉଁ ଆଧାରରେ, କେମିତି ସେମାନଙ୍କର ଭେରିଫାଏ କରାଯିବ, ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବା ପରେ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏପଟେସ ଅଙ୍ଗନବାଡ଼ି କର୍ମୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶହଶହ ମହିଳା ।
ସୂଚନା ଅନୁସାରେ, ସେପେଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଯାଇଥିଲା ୫ ହଜାର ଲେଖାଏଁ ଟଙ୍କା। ଦୁର୍ଗାପୂଜା ପୂର୍ବରୁ ଡିବିଟି ମାଧ୍ୟମରେ ୩୫ ଲକ୍ଷ ଯୋଗ୍ୟ ମିହିଳାଙ୍କ ଖାତାକୁ ଯାଇଥିଲା ଦ୍ବିତୀୟ କିସ୍ତି । ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ୬୦ ଲକ୍ଷ ଟଙ୍କା ପାଇ ସାରିଲେଣି । ହେଲେ ଏବେ ବି ଅନେକ ମହିଳା ଟଙ୍କା ପାଇନଥିବାରୁ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ ସେମାନଙ୍କୁ ଟଙ୍କା ଦେବାରେ ସହାୟତ ହେବ ବୋଲି ଆଶା ବାନ୍ଧିଛନ୍ତି ।