Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଳାଭୂମିରେ ଲୋକ ମେଳା ଓ କୃଷି ମେଳା କାର୍ଯ୍ୟକ୍ରମ

Sudeshna Mishra
Browse all articles by Sudeshna Mishra
·1 year ago·2 min read
ବେଳାଭୂମିରେ ଲୋକ ମେଳା ଓ କୃଷି ମେଳା କାର୍ଯ୍ୟକ୍ରମ

Key Points

ପୁରୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆରମ୍ଭ ହୋଇଛି 23ତମ ଲୋକମେଳା, ଫୋକ ଫେୟାର


ବେଳାଭୂମିରେ ନିର୍ମିତ ଅସ୍ଥାୟୀ ରଙ୍ଗମଞ୍ଚରେ ଆୟୋଜିତ ଏହି ଲୋକ ମେଳାର ସନ୍ଧ୍ୟାରେ ବିଭିନ୍ନ ରାଜ୍ୟର ରଙ୍ଗାରଙ୍ଗ ଲୋକନୃତ୍ୟ ଓ ସଂଗୀତ ପରିବେଷିତ ହୋଇଥିଲା


ପୁରୀ ସାଂସଦ ସମ୍ବିତ ପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ


ଅନେକତାରେ ଏକତାର ପ୍ରତୀକ ହେଉଛି ଭାରତବର୍ଷ।


ପୁରୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ଆରମ୍ଭ ହୋଇଛି 23ତମ ଲୋକମେଳା, ଫୋକ ଫେୟାର। ବେଳାଭୂମିରେ ନିର୍ମିତ ଅସ୍ଥାୟୀ ରଙ୍ଗମଞ୍ଚରେ ଆୟୋଜିତ ଏହି ଲୋକ ମେଳାର ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ରାଜ୍ୟର ରଙ୍ଗାରଙ୍ଗ ଲୋକନୃତ୍ୟ ଓ ସଂଗୀତ ପରିବେଷିତ ହୋଇଥିଲା। ପୁରୀ ସାଂସଦ ସମ୍ବିତ ପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନେକତାରେ ଏକତାର ପ୍ରତୀକ ହେଉଛି ଭାରତବର୍ଷ। ନାନା ଜାତି, ଧର୍ମ, ସଂପ୍ରଦାୟ ଥିଲେ ହେଁ ଦେଶରେ ସାଂସ୍କୃତିକ ବିକାଶରେ ସେମାନଙ୍କ ସମନ୍ୱୟ ଅବର୍ଣ୍ଣନୀୟ। ଦେଶାତ୍ମବୋଧ, କୃଷି, ବିଜ୍ଞାନ ଓ ସଂସ୍କୃତିର ବିକାଶ ପାଇଁ ଭାରତ ଏବେ ବିଶ୍ବ ଦରବାରରେ ନିଜର ଶ୍ରେଷ୍ଠତ୍ବ ଦେଖାଇ ପାରିଛି। ତେବେ ଉଦଘାଟନୀ ସନ୍ଧ୍ୟାରେ ତାମିଲନାଡୁ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ଓ ଓଡିଶା ର ଲୋକନୃତ୍ୟ ଅନ୍ୟତମ ଆକର୍ଷଣ ଥିବାବେଳେ ଦର୍ଶକ ଓ ଶ୍ରୋତାଙ୍କୁ ଏହା ଅଭିଭୂତ କରିଥିଲା।


ଉଦଘାଟନୀ ସମାରୋହରେ ଲୋକ ମେଳାରେ ଭାଗ ନେଇଥିବା କଳାକାର ମାନଙ୍କୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବେଳାଭୂମି ପରିସରରେ ଲୋକ ମେଳା ସହ 16ତମ ଜାତୀୟ କୃଷି ମେଳାକୁ ମଧ୍ୟ ଅତିଥି ମାନେ ଉଦଘାଟନ କରିଥିଲେ। ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର କୃଷିଭିତ୍ତିକ ୧୦୦ ରୁ ଉର୍ଦ୍ଧ୍ବ ଷ୍ଟଲ୍ ଭାଗ ନେଇଛନ୍ତି। ଏହି ପ୍ରଦର୍ଶନୀରେ କୃଷି, ହସ୍ତତନ୍ତ, ମତ୍ସ୍ୟ ସମ୍ପଦ, ପଶୁ ସମ୍ପଦ, ମୂର୍ତ୍ତିକା ସଂରକ୍ଷଣ ଓ ଉଦ୍ୟାନ ସମ୍ପର୍କିତ ବିଭିନ୍ନ ବିଭାଗର ଷ୍ଟଲ ସାମିଲ ହୋଇଛନ୍ତି।ଲୋକ ମେଳାରେ ଭାଗ ନେଇଥିବା କଳାକାର ମାନେ ପୁରୀରେ ନିଜର ଲୋକ କଳା ପ୍ରଦର୍ଶନ କରି ବେସ ଆନନ୍ଦିତ ଥିବା ମତ ରଖିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦେଶର 20ଟି ରାଜ୍ୟରୁ ପାଖାପାଖି 500 କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପୁରୀରେ ଆରମ୍ଭ ହୋଇଥିବା ଏହି ଲୋକ ମେଳା ଓ କୃଷି ମେଳା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି।


Sponsored
-lok-mela-and-krushi-mela-in-puri-sands | Argus News