Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 10 ବଡ଼ ଖବର ସଂକ୍ଷେପରେ...

Odisha

10 ବଡ଼ ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
10 ବଡ଼ ଖବର ସଂକ୍ଷେପରେ...

୧- ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ... ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମିଟିଂ... ଅନ୍ତ୍ୟୋଦୟ ଯୋଜନା ସହ ନଦୀବନ୍ଧ ଯୋଜନାରେ ସେତୁ ନିର୍ମାଣ ଲାଗି ଟେଣ୍ଡର ପ୍ରସ୍ତାବ ଉପରେ ବାଜିପାରେ ମୋହର
୨- ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ମିଳିତ ମାଓ ଅପରେସନ ଜୋରଦାର୍...ନିପାତ ହେଲେଣି ଅନେକ ନକ୍ସଲ୍, ବହୁ ଅସ୍ତ୍ରଶସ୍ତ୍ର ଜବତ... ଆଜି ନୂଆପଡ଼ା ଗସ୍ତରେ ଯାଇ ମାଓ ସ୍ଥିତିର ସମୀକ୍ଷା କରିବେ ପୋଲିସ୍ ଡିଜି... SOG ଯବାନଙ୍କ ମନୋବଳ ବଢାଇବା ଲାଗି ସ୍ବତନ୍ତ୍ର ଭତ୍ତା 25 ହଜାର ଟଙ୍କାକୁ ବୃଦ୍ଧି ... 26 ସୁଦ୍ଧା ସମୂଳେ ନକ୍ସଲ୍ ଦମନ ଲାଗି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ …
୩- ନୟାଗଡ଼ ଜିଲ୍ଲା ରଣପୁର ରେଞ୍ଜରେ ହନ୍ତା ହାତୀ ଆତଙ୍କ... ବ୍ୟାପକ ଫସଲ ନଷ୍ଟ ସହ ଭାଙ୍ଗିଲେ ଘର... ହାତୀକୁ ଦେଖି ଭୟଭୀତ ସ୍ଥାନୀୟ ଲୋକ...
୪- ନନ୍ଦନକାନନରେ ହାତୀ ମୃତ.....ଚିକିତ୍ସାଧୀନ ଅବସ୍ଥାରେ ହାତୀ ମୃତ୍ୟୁ ନେଇ ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି.....ଗତ 6 ତାରିଖରେ କରଞ୍ଜିଆ ବନଖଣ୍ଡ ଅଞ୍ଚଳରୁ ହାତୀକୁ ଉଦ୍ଧାର କରାଯାଇଥିଲା....ହାତୀର ମେରୁଦଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି
୫- 28ରେ ପୁଣି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି..ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମର କରିବେ ଉଦ୍‌ଘାଟନ... ଜନତା ମୈଦାନରେ ଆସନ୍ତା 28 ଓ 29ରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ
୬- କୁମ୍ଭମେଳାରେ ଉତ୍ତରପ୍ରଦେଶ କ୍ୟାବିନେଟ୍ ବୈଠକ … ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଯୋଗଦେବେ ମନ୍ତ୍ରିମଣ୍ଡଳର ୫୪ ସଦସ୍ୟ … କ୍ୟାବିନେଟ୍ ବୈଠକ ପରେ ବୁଡ ପକାଇବେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟ… ପୂର୍ବରୁ ୨୦୧୯ରେ ସଙ୍ଗମରେ କ୍ୟାବିନେଟ୍ ବୈଠକ କରିଥିଲେ ଯୋଗୀ ଆଦିତ୍ୟନାଥ
୭- ଟ୍ରମ୍ପ ୨.Oରେ ଭାରତକୁ ଗୁରୁତ୍ବ...ଟ୍ରମ୍ପ ଦାୟିତ୍ବ ନେବା ପରେ ପ୍ରଥମ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ... ଆମେରିକା ପରରାଷ୍ଟ୍ର ସଚିବଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଆଲୋଚନା ......ସାମିଲ ହେଲେ ଅଷ୍ଟ୍ରେଲିଆ ଓ ଜାପାନର ବୈଦେଶିକ ମନ୍ତ୍ରୀ... ଚୀନର ଗତିବିଧି ଉପରେ କଡା ନଜର ରଖିବେ କ୍ବାର୍ଡ ରାଷ୍ଟ୍ର
୮- ନାଗା ଚୈତନ୍ୟଙ୍କ ପରେ ବର ସାଜିବେ ସାନ ଭାଇ ଅଖିଲ.... ୯ ବର୍ଷ ବଡ ଜୈନବକୁ ରାବଦଜୀଙ୍କୁ କରିବେ ବିବାହ.....ଅଖିଲ ଅକ୍କିନେନି ଏବଂ ଜୈନବ ୨୪ ମାର୍ଚ୍ଚ ୨୦୨୫ରେ ବିବାହ କରିବେ
୯- ଉପରମୁହାଁ ପାରଦ, କମିଲା ଶୀତର ପ୍ରକୋପ... ରାଜ୍ୟରେ ବୃଦ୍ଧି ପାଇଲା ଦିନର ତାପମାତ୍ରା… ଆଜିଠୁ ବଢିବ ରାତି ତାପମାତ୍ରା... ଦୁଇ ଦିନ ପାଇଁ ୪ ଜିଲ୍ଲାକୁ ଘନକୁହୁଡ଼ି ସତର୍କତା
୧୦- ଆଜି ଠାରୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-ଟ୍ବେଣ୍ଟି ସିରିଜ … କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ମ୍ୟାଚ …. ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ …୧୪ମାସ ପରେ ଟିମ୍ ଇଣ୍ଡିଆରେ ସାମିଲ ମହମ୍ମଦ ସାମି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 big news in a nutshell... | Argus News