Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେଶ ପାଳୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ

Rashmita Mishra
Browse all articles by Rashmita Mishra
·1 year ago·3 min read
ଦେଶ ପାଳୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ

ଅର୍ଗସ ବ୍ୟୁରୋ: ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ। ଆଜିର ଦିନରେ ତାଙ୍କୁ ମନେ ପକାଉଛି ସାରା ଦେଶ। ଯେମିତି ଥିଲା ତାଙ୍କ ବ୍ୟକ୍ତିତ୍ବ ସେମିତି ଥିଲା ତାଙ୍କ ଶାସନ କଳା । ବ୍ୟକ୍ତିତ୍ବ ଓ ଶାସନକଳାରେ ସେ ବଦଳାଇଥିବା ଭାରତର ବୈଶ୍ଵିକ ଚିତ୍ରକୁ ମଧ୍ୟ ମନେ ପକାଉଛନ୍ତି ପ୍ରତିଟି ଦେଶବାସୀ। ବୈଶ୍ବିକ କଟକଣା ସତ୍ତ୍ବେ ଭାରତରେ ପରମାଣୁ ପରୀକ୍ଷଣ କରି ଦେଶକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ସମ୍ମାନରେ ପରିଚିତ କରାଇବାରେ ତାଙ୍କର ଥିଲା ବଳିଷ୍ଠ ନେତୃତ୍ଵ। ଦେଶରେ ଗମନାଗମନଠୁ ନେଇ ପ୍ରାଥମିକ ଶିକ୍ଷା, କୃଷି, ପ୍ରଯୁକ୍ତିବିଦ୍ୟା ପ୍ରଭୃତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଥମି ଯାଇଥିବା ଦେଶର ପ୍ରଗତି ରଥକୁ ଟାଣି ଭାରତକୁ ବିଶ୍ଵର ଶକ୍ତିଶାଳୀ ଓ ପ୍ରଗତିଶାଳୀ ଦେଶ ଗୁଡ଼ିକର ସମକକ୍ଷ କରାଇଥିଲେ ସେ। ଏଭଳି ଜଣେ ଜନନେତାଙ୍କ ଜନ୍ମ ଜୟନ୍ତୀକୁ ଆଜି ସୁଶାସନ ଦିବସ ରୂପେ ପାଳୁଛି ପୁରା ଦେଶ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ସଦେବ ଅଟଳ ସ୍ମାରକିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଅଟଳଙ୍କ 100ତମ ଜନ୍ମ ଦିବସ ଉପଲକ୍ଷେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟଳୟରେ ଅଟଳବିହାରୀ ବାଜପେୟୀଙ୍କ ଜୀବନୀ ବିଷୟରେ ଜାଣିବା ପାଇଁ "ଅଟଳ ଜନ୍ମ ଶତାବ୍ଦୀ " ଚିତ୍ର ପଦର୍ଶନୀ ଉଦଘାଟନ ହୋଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ଚିତ୍ର ପଦର୍ଶନୀକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି।


ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଛି ଅଟଳ ଜନ୍ମ ଶତାବ୍ଦୀ ସମାରୋହ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ 100 ତମ ଜନ୍ମ ବାର୍ଷିକୀ ଅବସରରେ 4 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରିଛି ବିଜେପି । ପୂର୍ବତନ ରାଜ୍ୟ ସଭାପତି ବିମ୍ବାଧର କହଁରଙ୍କ ଅଟଳ ସମ୍ମାନରେ ସମ୍ମାନିତ କଲା ଦଳ । ବିଶିଷ୍ଟ କବିୟତ୍ରୀ କାନନ ବଳା ପଟ୍ଟନାୟକଙ୍କୁ ମିଳିଲା ଅଟଳ ସମ୍ମାନ । ବିଶିଷ୍ଟ ସମାଜସେବୀ ତଥା ସ୍ବାସ୍ଥ୍ୟ ସେବକ ରୁଦ୍ର ନାରାୟଣ ମହାପାତ୍ରଙ୍କୁ ଅଟଳ ସେବା ସମ୍ମାନରେ ସମ୍ମାନିତ କରାଗଲା । ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଉତ୍ତରୀୟ ଏବଂ ଉପଢୌକନ ଦେଇ ଅଟଳ ସମ୍ମାନରେ ସମ୍ମାନିତ କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ବଲପୁର ବୁର୍ଲାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଟଳ ଉଦ୍ୟାନର ଉଦଘାଟନ ସହ ଗୋଲକୁଣ୍ଡା ଛକକୁ ଅଟଳ ଛକ ନାମକରଣର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଲୋକ ଅଭିବ୍ୟକ୍ତିର ବଡ ପ୍ରତୀକ ଥିଲେ ଅଟଳଜୀ । ଓଡିଶାରେ ବିଜେପି ସରକାରକୁ ଆସିବାରେ ଅଟଶଜୀଙ୍କର ରହିଛି ବଡ଼ ଭୂମିକା । ଓଡିଶାର ପଶ୍ଚିମାଞ୍ଚଳରେ ମରୁଡି ପଡିଥିବା ବେଳେ ଅଟଳଜୀ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାକୁ ଟ୍ରେନରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ଅଟଳଜୀଙ୍କ ବିକାଶ ଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଭାରତବର୍ଷରେ ତ୍ବରାନ୍ବୀତ କରୁଛନ୍ତି । ଦେଶର ବିକାଶରେ ବାଜପେୟୀଙ୍କ ଅତୁଳନୀୟ ଅବଦାନସର୍ବଦା ତାଙ୍କୁ ଅମର କରି ରଖିବ ।


କଟକ ଜିଲ୍ଲା ସାଲେପୁରର ମଧୁମଣ୍ଡପରେ ଅଟଳ ସେନା ପକ୍ଷରୁ ପାଳିତ ହୋଇ ଯାଇଛି ବାଜପେୟୀଙ୍କ 100ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ସମାଜସେବୀ କୁଞ୍ଜମୋହନ ସେଠି, ରଶ୍ମି ରଞ୍ଜନ ଲେଙ୍କା ଏବଂ ଲେଖକ ଚନ୍ଦ୍ରମଣି ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରକ୍ସl ଗ୍ରାମପଞ୍ଚାୟତ ଦହ୍ୟା ହାତପଦା ଠାରେ ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇଛନ୍ତି ଲୋକେ ।




Sponsored
The nation is observing the 100th birth anniversary of former Prime Minister Atal Bihari Vajpayee. | Argus News