Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗାମୀ 12 ଘଣ୍ଟାରେ ଲୋ ପ୍ରେସର୍ ନେବ ଅବପାତର ରୂପ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଗାମୀ 12 ଘଣ୍ଟାରେ ଲୋ ପ୍ରେସର୍ ନେବ ଅବପାତର ରୂପ

ଅର୍ଗସ ବ୍ୟୁରୋ:   ରାଜ୍ୟରେ କିଛି ଦିନ ପ୍ରବଳ ଥଣ୍ଡା ପରେ ବଦଳିଛି ପାଗର ମିଜାଜ୍ । ଶୀତ ସାଙ୍ଗକୁ ଏବେ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । 12 ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ।.. ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।.... ଆସନ୍ତାକାଲି ବି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର ।


ସେପଟେ ଅଦିନିଆ ବର୍ଷାକୁ ନେଇ ଚାଷୀ ମନରେ ଛନକା ପଶିଛି । ଗଜପତି ଜିଲ୍ଲାରେ ଝିପି ଝିପି ବର୍ଷା ଲାଗି ରହିଛି । ଅମଳ ଧାନକୁ ଚାଷୀ କାଟି କିଏ ନିଜ ଜମିରେ ତ କିଏ ଘର ଆଗରେ ଆଉ କିଏ ନିଜ ଜମିରେ ରଖିଛନ୍ତି ।.. ପାଚିଲା ଧାନ ଏବେ ବର୍ଷାରେ ଭିଜି ନଷ୍ଟ ହେବାକୁ ବସିଛି। ସେହିପରି ଜଗତସିଂହପୁର, ଯାଜପୁର ଜିଲ୍ଲାରେ ବର୍ଷା ପାଇଁ ବିଲରୁ ତରବରିଆ ଭାବେ ଧାନ କାଟିବାରେ ବ୍ୟସ୍ତ ଚାଷୀ । ଭଦ୍ରକ ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବା ଫଳରେ କିଆରୀରେ ଧାନ ଓଦା ହୋଇ ଗଜା ହେବା ଆଶଙ୍କା ଦେଖାଦେଇଛି। ସେପଟେ ବୌଦ୍ଧରେ ମଣ୍ଡି ମାନଙ୍କରେ ଅଦିନିଆ ବର୍ଷାରେ ଭିଜୁଛି ଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଲଘୁଚାପ ବର୍ଷା ଯୋଗୁଁ ଏବେ ରାତିର ତାପମାତ୍ରା ବଢି ଯାଇଛି । ଆଗାମୀ ଦୁଇରୁ ତିନି ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । 3 ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା 2ରୁ 4 ଡିଗ୍ରୀ ହ୍ରାସ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Sponsored
Low pressure area likely to develop into depression in next 12 hours | Argus News