+2 ଫେଲ ଯୁବକଙ୍କ ଆମେରିକାନ ଇଂଲିଶ

ନବରଙ୍ଗପୁର : +2 ଫେଲ ଯୁବକଙ୍କ ମୁହଁରୁ ବାହାରୁଛି ଫଟାଫଟ ଇଂଲିଶ। ସେ ପୁଣି ଖଣ୍ଡି ଖଣ୍ଡିଆ ନୁହେଁ କି ରାଜ୍ୟ କିମ୍ବା ଦେଶର ଲୋକଙ୍କ ଇଂଲିଶ କହିବା ଢଙ୍ଗରେ କହୁନାହାଁନ୍ତି ବରଂ ଆମେରିକୀୟ ଲୋକଙ୍କ ପରି। ତାଙ୍କ ଇଂଲିଶ କାନକୁ ଶୁଭିଲେ ଏମିତି ଲାଗୁଛି ଯେପରି ଜଣେ ଆମେରିକୀୟ ଫେରନ୍ତା କହୁଛି। ଶୁଣନ୍ତୁ... ତାଙ୍କ ମୁହଁରୁ ଇଂଲିଶ ଉଚ୍ଚାରଣ
+2 ଫେଲ ଯୁବକ ମାତ୍ର 21 ବର୍ଷ ବୟସ ରେ ଆମେରିକାନ ଇଂଲିଶ ଶିକ୍ଷା ଦେଇ ସୋସିଆଲ ମିଡ଼ିଆରେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛନ୍ତି l ଧିରଜ ଟାକ୍ରୀ ଏଭଳି କାର୍ଯ୍ୟ କରି ଏବେ ଚର୍ଚ୍ଚାର ପାତ୍ର ହୋଇଛନ୍ତି। ନରେଶ ଚନ୍ଦ୍ର ଟାକ୍ରୀ ଓ କୁମାରୀ ଟାକ୍ରିଙ୍କ ମଝିଆ ପୁଅ ଧିରଜ ଟାକ୍ରୀ l ଧୀରୋଜ ତେନ୍ତଳିଖୁଣ୍ଟି ବ୍ଲକ ଅଂଚଳଗୁମ୍ମା ହାଇସ୍କୁଲରୁ ଦଶମ ପାସ କରିବା ପରେ 15 କିଲୋମିଟର ଦୂର ଇନ୍ଦ୍ରାବତୀ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢିଥିଲେ l କିନ୍ତୁ, ସେ ଯୁକ୍ତ ଦୁଇ ରେ କୃତକାର୍ଯ୍ୟ ହୋଇପାରିନଥିଲେ l ଏହାପରେ ସେ ଆଉ ପାଠ ନପଢ଼ି କିଛି ଭିନ୍ନ କରିବାର ପ୍ରୟାସ କରିବା ପାଇଁ ମନ ବଳାଇବା ସହ ଇଂରାଜୀ ଶିଖିଥିଲେ l
ରାଜ୍ୟ ବାହାରେ ଓ ବିଦେଶରେ ବ୍ୟବସାୟ ସୁଯୋଗ ରହିଥିବା ଭାବି 2019 ମସିହାରେ ବିଭିନ୍ନ ପ୍ରକାରର ଇଂରାଜୀ ବହି ପଢିବା ସହ ୟୁଟ୍ୟୁବ ରୁ ଇଂରାଜୀ ଶିକ୍ଷା ନେଇଥିଲେ l ଦୀର୍ଘ ତିନି ବର୍ଷ ଧରି ୟୁଟୁବ ରେ ଆମେରିକାନ ଇଂଲିଶ ଶିଖିଥିଲେ l ଆମେରିକାନ ଇଂରାଜୀ କେମିତି କହିବାକୁ ହୁଏ, କେମିତି ଆକ୍ସନ କରାଯାଏ ସେସବୁ ଧ୍ୟାନ ଦେଇଥିଲେ l ତାପରେ ଏହାର ଭିଡିଓ ନିଜେ ରେକର୍ଡ କରି ନିଜର ୟୁଟ୍ୟୁବ,ଫେସବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଥିଲେ l ଧିରଜଙ୍କ ଫ୍ୟାନ ଫଲୋଇଂ ଓ ଭିୟୁର୍ସ ଦେଖି ଆଜି ତାଙ୍କୁ ଦେଶବିଦେଶର ବିଭିନ୍ନ ବ୍ରାଣ୍ଡ କମ୍ପାନୀ ଗୁଡିକରୁ ତାଙ୍କ ପାଇଁ ପ୍ରଚାର କରିବା ପାଇଁ ଚୁକ୍ତିନାମା କରିବାକୁ ଇଛା ପ୍ରକାଶ କରି call କରୁଛନ୍ତି l ଧିରଜର ଏହି ସଫଳତା କୁ ନେଇ ତାଙ୍କ ପରିବାର ସମ୍ପର୍କୀୟ ଓ ସାଙ୍ଗ ସାଥି ମାନେ ବେଶ ଗୌରବାନ୍ବିତ ମନେ କରିଛନ୍ତି । ସେହିଭଳି ତାଙ୍କର ଫୋଲର୍ସ ମଧ୍ୟ ତାଙ୍କର ପ୍ରଶଂସା କରିବା ସହ ଉପାନ୍ତ ଅଞ୍ଚଳ ର ଲୁକ୍କାୟିତ ପ୍ରତିଭାକୁ ଦୁନିଆ ସାମ୍ନା ରେ ଆଣିବାକୁ ସରକାର ସହଯୋଗ ର ହାତ ବଢାଇବାକୁ ନିବେଦନ ମଧ୍ୟ କରିଛନ୍ତି l
ଅଧିକ ଦେଖନ୍ତୁ :