Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁକ୍ତ୨:୩୦ ନୁହେଁ ୨୪ରେ ପାସ୍

Sangram Tripathy
Browse all articles by Sangram Tripathy
·1 year ago·2 min read
ଯୁକ୍ତ୨:୩୦ ନୁହେଁ ୨୪ରେ ପାସ୍


ଅର୍ଗସ ବ୍ୟୁରୋ:୨୦୨୫ରେ ହେବାକୁ ଥିବା ଯୁକ୍ତ୨ ପ୍ରଶ୍ନପତ୍ର ଲାଗି ବଦଳିଛି ଢାଞ୍ଚା। ଏଣିକି ନୂଆ ଢାଞ୍ଚା ଅନୁଯାୟୀ ବାର୍ଷିକ ପରୀକ୍ଷାରେ  ୧୦୦ ମାର୍କ ନୁହେଁ ୮୦ ମାର୍କ ଥିଓରି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ୩୦ ବଦଳରେ ୨୪ ରଖିଲେ ପାସ୍ । ଏହି ମାର୍କ ରଖିନପାରିଲେ ପିଲାଙ୍କୁ ଫେଲ୍ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରୀ ମାର୍କ ସହ ଏହାକୁ ମିଶାଇ ପାସ୍ ବୋଲି ଗଣାଯିବ ନାହିଁ। ଇଂରାଜୀ ଓ ମାତୃଭାଷାରୁ ରଚନାକୁ ବାଦ ଦିଆଯାଇଥିବା ବେଳେ ଆଉ ପ୍ରଶ୍ନପତ୍ରରେ ଦର୍ଶ ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବନି ନାହିଁ ବୋଲି ଜଣାପଡିଛି।

ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ପ୍ରାକ୍ଟିକାଲ ପରୀକ୍ଷା,ଇଣ୍ଟରନାଲ ପରୀକ୍ଷା ଡିସେମ୍ବର୨୬ ତାରିଖରୁ ଜାନୁଆରୀ ୧୫ ମଧ୍ୟରେ ଶେଷ ହେବ।  ୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି । ୨୦୨୫ ରେ ଯୁକ୍ତଦୁଇ ବାର୍ଷିକ ପରୀକ୍ଷା ଦେବାକୁ ଥିବା ରେଗୁଲାର ଛାତ୍ରଛାତ୍ରୀ ବା ୨୦୨୩ରେ ନାମଲେଖାଇଥିବା ଛାତ୍ରାଛାତ୍ରଙ୍କ ପାଇଁ ଏହି ନୂତନ ପ୍ରଶ୍ନପତ୍ର ଢାଞ୍ଚା ଲାଗୁ ହେବ ।  

ତେବେ ଇଣ୍ଟିଗ୍ରେଟେଡ ଧନ୍ଦାମୂଳକ ବିଷୟରେ ୫୦ ମାର୍କର ଥିଓରୀ ଓ ୫୦ ମାର୍କର ପ୍ରାକ୍ଟିକାଲ ଏବଂ ଭୋକେସନାଲ ଟ୍ରେଡ୍ ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ। ତେବେ ନନ୍‌ପ୍ରାକ୍ଟିକାଲ ବିଷୟ ଗୁଡ଼ିକରେ ୮୦ ମାର୍କର ଥିଓରୀ ଏବଂ ୨୦ ମାର୍କର ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ। ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୪୦ ମାର୍କର ଥିଓରୀ ଏବଂ ୧୦ ମାର୍କ ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ । ସେହିଭଳି ୨୦୨୨ ରେ ନାମଲେଖାଇଥିବା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କର କିଭଳି ମାର୍କ ଦିଆଯିବ ସେ ନେଇ ମଧ୍ୟ ଦର୍ଶାଯାଇଛି। ତେବେ ପ୍ରଶ୍ନପତ୍ରର ଏ ନୂଆଢାଞ୍ଚା ଛାତ୍ରଛାତ୍ରୀଙ୍କ ପାଇଁ କେତେଫଳପ୍ରଦ ହେଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
+2: Pass on 24th not 30th | Argus News