Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକଙ୍କୁ ଅତ୍ୟାଚାର କରୁଥିଲେ, ଆଜି ଗିରଫ ହେଲେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲୋକଙ୍କୁ ଅତ୍ୟାଚାର କରୁଥିଲେ, ଆଜି ଗିରଫ ହେଲେ

ଅର୍ଗସ ବ୍ୟୁରୋ:  ସ୍ୱାଭିମାନ ଅଂଚଳରେ ଲୋକଙ୍କୁ ଅତ୍ୟାଚାର କରୁଥିଲେ, ଆଜି ଗିରଫ ହେଲେ । ମାଲକାନଗିରିରେ ଗିରଫ ହେଲେ ୩ ହାର୍ଡକୋର୍ ମହିଳା ମାଓବାଦୀ। ଗିରଫ ମହିଳା ମାଓବାଦୀ ହେଲେ ସ୍ବପ୍ନା ଓରଫ ଚନ୍ଦ୍ରମା ଖିଲ, ବବିତା ଓରଫ କମଳା ଖିଲ, ସୁନୀତା ଖିଲ । ୩ ମହିଳା ମାଓବାଦୀ ସ୍ବାଭିମାନ ଅଞ୍ଚଳ ଯୋଡାମ୍ବ ଥାନା ଧାକଡପଦର ଗାଁର ବାସିନ୍ଦା ଥିଲେ। ଏମାନଙ୍କ ମଧ୍ୟରୁ ସ୍ଵପ୍ନା ୨୦୧୮ ମସିହାରୁ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟି ର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଥିବା ବେଳେ ତା ମୁଣ୍ଡରେ ଓଡ଼ିଶା ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।


ସେହିଭଳି ବବିତା ଓ ସୁନୀତାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଓ ନେତ୍ରୀ ସ୍ବପ୍ନା ଆନ୍ଦ୍ରାପଲ୍ଲୀ, ବୋଇଗୁଡ଼ା, କୋରାପୁଟ ଜିଲ୍ଲାର ଘୋଡାବେଡା, ମାଥିଲି ଅଂଚଳର ଯାଯାବେଟା ଓ ଦଳଦଳୀ ଏନକାଉଣ୍ଟର ସାମିଲ ଥିବା ବେଳେ ସ୍ବାଭିମାନ ଅଂଚଳର ଯୋଡ଼ାଆମ୍ବ ପଂଚାୟତର ନିରୀହ ଆଦିବାସୀଙ୍କ ଘରପୋଡ଼ିରେ ସାମିଲ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored