ଜନ ଶୁଣାଣି ତା ବାଟରେ...ବିଇଓ ରଙ୍ଗୀନ ଦୁନିଆ ନିଶାରେ !

Key Points
ଚାଲୁଛି ଜନ ଶୁଣାଣି, ବାବୁ ମୋବାଇଲରେ ବ୍ୟସ୍ତ...
ପୁରୀ ଜିଲ୍ଲାର କାକଟପୁର ବ୍ଲକରେ ଚାଲିଥିବା ଜନ ଶୁଣାଣି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ମହୋଦୟ ରଙ୍ଗୀନ ଫିଲ୍ମ ଦେଖୁଛନ୍ତି!
କାନରେ ବ୍ଲୁଟୁଥ୍, ଡେସ୍କ ଉପରେ ମୋବାଇଲ...
ଯେଉଁଠି ଅଞ୍ଚଳବାସୀ ତାଙ୍କ ଦୁଃଖ କୁ ଅଭିଯୋଗ ରୂପେ ରଖୁଥିଲେ, ସେଠି ଏହି ଅଧିକାରୀ ନିଜର ଏକ ଭିନ୍ନ ଦୁନିଆରେ ଅଛନ୍ତି !
ଜନ ଶୁଣାଣି...ଯାହା ଲୋକଙ୍କ ଦୁଃଖ ଶୁଣିବା ଏବଂ ସମାଧାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ...ଲୋକମାନେ ବହୁ ଦୂରରୁ ନିଜ କଷ୍ଟ ଜଣାଇବା ପାଇଁ ଆଣ୍ଠେଇ-ଆଣ୍ଠେଇ ଆସିବାର ଦୃଶ୍ୟ ବି ଦେଖିବାକୁ ମିଳୁଛି... କିନ୍ତୁ ଏଠି ଦେଖନ୍ତୁ...
ପୁରୀ ଜିଲ୍ଲାର କାକଟପୁର ବ୍ଲକରେ ଚାଲିଥିବା ଜନ ଶୁଣାଣି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ମହୋଦୟ ରଙ୍ଗୀନ ଫିଲ୍ମ ଦେଖୁଛନ୍ତି! କାନରେ ବ୍ଲୁଟୁଥ୍, ଡେସ୍କ ଉପରେ ମୋବାଇଲ...
ଯେଉଁଠି ଅଞ୍ଚଳବାସୀ ତାଙ୍କ ଦୁଃଖ କୁ ଅଭିଯୋଗ ରୂପେ ରଖୁଥିଲେ, ସେଠି ଏହି ଅଧିକାରୀ ନିଜର ଏକ ଭିନ୍ନ ଦୁନିଆରେ ଅଛନ୍ତି !
📱 Get Argus News App
✨ଏପରି ଅଧିକାରୀଙ୍କ ହାତରେ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ରହିଛି-ଭାବନ୍ତୁ, ଅବସ୍ଥା କେତେ ଭୟଙ୍କର ହୋଇଥିବ!
ନାଟକବାଜିରେ ଚାଲିଛି ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ । ସଭାଗୃହରେ ରଙ୍ଗୀନ ଫିଲ୍ମର ମଜା ନେଉଛନ୍ତି କାକଟପୁର ବ୍ଲକ ଶିକ୍ଷା ଅଧିକାରୀ। ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ । ଉପଜିଲ୍ଲାପାଳଙ୍କ ସମେତ ପ୍ରାୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
କିନ୍ତୁ କାର୍ଯ୍ୟକ୍ରମ ଚାଲୁଥବା ସମୟର ଏକ ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ ପାଇଁ ଉପଜିଲ୍ଲାପାଳ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣୀ କରୁଥିବା ବେଳେ, କାକଟପୁର ବ୍ଲକ ଶିକ୍ଷା ଅଧିକାରୀ "ରବି ନାରାୟଣ ନନ୍ଦ" ଅଲଗା ଦୁନିଆରେ ନିଜକୁ ହଜାଇ ଦେଇଛନ୍ତି ।
ମୋବାଇଲକୁ ଡେସ୍କ ଉପରେ ରଖି ରଙ୍ଗୀନ ଚଳଚ୍ଚିତ୍ରର ନେଉଛନ୍ତି ମଜା । କାନରେ ବ୍ଲୁ ଟୁଥ୍ ଲଗାଇ ଚଳଚ୍ଚିତ୍ର ଭିଡିଓ ଦେଖିବାରେ ନିଜକୁ ବ୍ୟସ୍ତ ରଖିଦେଇଛନ୍ତି । ଯାହା ସୂଚାଉଛି, ଜିଲ୍ଲାପାଳଙ୍କ ଏ ଜନ ଶୁଣାଣି କାର୍ଯ୍ୟକ୍ରମ ଏକ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ । ଏ ଦୃଶ୍ୟ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ , କିପରି ଜଣେ ବ୍ଲକ ଶିକ୍ଷା ଅଧିକାରୀ ଏପରି ଗୁରୁତୁପୂର୍ଣ୍ଣ କାର୍ଯ୍ୟକ୍ରମକୁ ଗୁରୁତ୍ଵ ନଦେଇ, ନିଜକୁ ଖୁସି ଉଲ୍ଲସିତ କରିବା ପାଇଁ ଫିଲ୍ମ ଦୁନିଆରେ ନିଜକୁ ହଜାଇ ଦେଇଛନ୍ତି । ଏପରି ଶିକ୍ଷା ଅଧିକାରୀଙ୍କୁ ନେଇ ଶିକ୍ଷା ଅନୁଷ୍ଠାନ କିପରି ଚାଲୁଥିବ, ତାହା ଆପଣମାନେ ଅନୁମାନ କରନ୍ତୁ। ଏ ଖବର ପରେ ଜିଲ୍ଲା ସ୍ତରୀୟ ଅଧିକାରୀ, ସରକାର, ବିଭାଗୀୟ ମନ୍ତ୍ରୀ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଲା।