ଋତୁସ୍ରାବରେ ଅବହେଳା ନୁହେଁ, ଦରକାର ସ୍ବଚ୍ଛତା ଏବଂ ସମ୍ମାନ

Key Points
ଋତୁସ୍ରାବ ଭଳି ଏକ ମୌଳିକ ବିଷୟ ଉପରେ କିପରି ସଚେତନତା ସୃଷ୍ଟି କରାଯାଇ ପାରିବ ସେ ସମ୍ବନ୍ଧରେ ଆଇଆଇଟି, ଭୂବନେଶ୍ବରରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି
ନାରୀର ବିକାଶରେ ଏହା ପ୍ରତିବନ୍ଧକ ନୁହେଁ ଏହା ଏକ ବଡ଼ ବରଦାନ । ଋତୁସ୍ରାବ, ଲକ୍ଷ-ଲକ୍ଷ ମହିଳା ଓ ଝିଅମାନଙ୍କର ଏକ ଦୈନନ୍ଦିନ ବାସ୍ତବତା ଯାହାକୁ ଏବେକାର ସମୟରେ ସୋସିଆଲ (Taboo)ର ଆଖ୍ୟା ଦିଆଯାଇନପାରେ । ଋତୁସ୍ରାବ ଭଳି ଏକ ମୌଳିକ ବିଷୟ ଉପରେ କିପରି ସଚେତନତା ସୃଷ୍ଟି କରାଯାଇ ପାରିବ ସେ ସମ୍ବନ୍ଧରେ ଆଇଆଇଟି, ଭୂବନେଶ୍ଵରରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯାହାର ବିଷୟବସ୍ତୁ ଋତୁସ୍ରାବ ସ୍ବାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ରହିଥିଲା।
ଆଇଆଇଟି ଭୁବନେଶ୍ବରର ଅରଗୁଳ କ୍ୟାମ୍ପସ ଅଡିଟୋରିୟମରେ ଋତୁସ୍ରାବ ସ୍ବାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଏକ ଅଗ୍ରଣୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ୟୁନିସେଫ୍, ଆୟୁରାରୋଗ୍ୟ ସୌଖ୍ୟମ ଫାଉଣ୍ଡେସନ, ଆକ୍ସନ ଲ୍ୟାବ ୨୦୫୦ ଫାଉଣ୍ଡେସନ ଏବଂ ଓଡ଼ିଶା ମାସିକ ଋତୁସ୍ରାବ ସ୍ବାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଆଲାଏନ୍ସର ସହଯୋଗରେ ଆଇଆଇଟି ଭୁବନେଶ୍ବର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରିନିୟରସିପ୍ ପାର୍କ ଦ୍ବାରା "ପ୍ରୋଜେକ୍ଟ ପିରିୟଡ୍: ସାନିଟେସନ୍, ହେଲଥ ଆଣ୍ଡ୍ ହାଇଜିନ୍, ଆଣ୍ଡ୍ ଏନଭାରନମେଣ୍ଟ୍ (SHE)" ଅଭିଯାନ ଅଧୀନରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ବସ୍ତରୀୟ ବିଶେଷଜ୍ଞ, ଏନଜିଓ, ନୀତି ନିର୍ଦ୍ଧାରକ, ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଏବଂ ଶିକ୍ଷକମାନଙ୍କୁ ଏକତ୍ରିତ କରି ଋତୁସ୍ରାବ ସ୍ବାସ୍ଥ୍ୟ ସମ୍ପର୍କରେ ପ୍ରଭାବଶାଳୀ ଆଲୋଚନା ଏବଂ କାର୍ଯ୍ୟ ପରିଚାଳନା ଉପରେ ମତ ବ୍ୟକ୍ତ କରାଯାଇଛି।
📱 Get Argus News App
✨ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ I ଏହି ଦିନିକିଆ କାର୍ଯ୍ୟକ୍ରମରେ ଋତୁସ୍ରାବ ସମୟରେ ହେଉଥିବା କଳଙ୍କ, ସ୍ବଚ୍ଛତା ଉତ୍ପାଦର ଉପଲବ୍ଧତା, ଋତୁସ୍ରାବ ଶିକ୍ଷା, ପରିବେଶଗତ ପ୍ରଭାବ ଏବଂ ମାନସିକ ସ୍ବାସ୍ଥ୍ୟ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା । ଏଥିରେ ନବସୃଜନଶୀଳ ଋତୁସ୍ରାବ ଉତ୍ପାଦ ଏବଂ ସମ୍ପ୍ରଦାୟ ନେତୃତ୍ବାଧୀନ ସଚେତନତା ପଦକ୍ଷେପର ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ସମ୍ମିଳନୀରେ ଆଇ.ଆଇ.ଟି,ଭୂବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରର୍ମଲକରଙ୍କ କହିବା କଥା, ଋତୁସ୍ରାବ ସ୍ବାସ୍ଥ୍ୟ କେବଳ ସ୍ବାସ୍ଥ୍ୟ ଓ ପରିଚ୍ଛନ୍ନତାର କଥା କୁହେ ନାହିଁ ଏହା ନାରୀର ସମ୍ମାନ, ସଚେତନତା ଏବଂ ନୂତନତ୍ଵ ତଥା ପରିବର୍ତ୍ତନର କଥା ମଧ୍ୟ କହିଥାଏ କିନ୍ତୁ ଦୁଃଖର ବିଷୟ ଆଜି ମଧ୍ୟ ଏହା ଉପରୁ ନିରବତା ଓ କଳଙ୍କର ପରଦା ଉଠିପାରିନାହିଁ । ତେବେ ଆଇଆଇଟି, ଭୂବନେଶ୍ବରରେ କାର୍ଯ୍ୟରତ ଝିଅ ଓ ମହିଳାମାନଙ୍କ ମାସିକ ଋତୁସ୍ରାବ ସ୍ବାସ୍ଥ୍ୟ ପାଇଁ ଦୁଇ ଦିନର ଛୁଟିର ବ୍ୟବସ୍ଥା ବହୁ ପୂର୍ବରୁ କରାଯାଇଛି।
ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ନେକ୍ସସ ସିଲେକ୍ଟ ଟ୍ରଷ୍ଟର ଉପ ମହାପ୍ରବନ୍ଧକ(ଇ.ଏସ.ଜି) ହର୍ଷା ଭରଦା,ୟୁନିସେଫ-ଓଡ଼ିଶା କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ Willian Hanlon, ଆଇ.ଆଇ.ଟି ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟ ,ସୋକ୍ଷମ ଫାଉଣ୍ଡେସନର ଚେୟାରପର୍ସନ-ପ୍ରଫେସର ପ୍ରବୀଣ ବିଷ୍ଟ ଓ ଏମ.ଡି-ଅଂଜୁ ବିଷ୍ଟ ମଧ୍ୟ ଉପସ୍ଥିତ ରହିଥିଲେ।
UNICEF ର କରିନା ମାଲଯେୱାସ୍କା ,ପ୍ରତିଭ ସିଂହ, ସିପ୍ରା ସକ୍ସେନା , ଅସ୍ଥା ଆଲଙ୍ଗ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଆଇ.ଆଇ.ଟି ଗବେଷଣା ଓ ଉଦ୍ୟମିତା ପାର୍କର ସ୍ବାଧୀନ ନିର୍ଦ୍ଦେଶକ ଡ.ସୀମା ବାହିନୀପତି ସ୍ବାଗତ ଭାଷଣ ଦେଇଥିଲେ । ଆକ୍ସନ ଲ୍ୟାବ ୨୦୫୦ ପ୍ରତିଷ୍ଠାତା ସୃଷ୍ଟିଜୀତ ମିଶ୍ର ଧନ୍ୟବାଦ୍ ଦେବା ସହ ଓ୍ବି ଫର୍ ୟୁ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ପ୍ରୋଜେକ୍ଟ ଅସ୍ମିତାର ଶୁଭାରମ୍ଭ ହୋଇଥିଲା ।