ଓଡ଼ିଶାର ୪୫କୁବେର ଅଧିକାରୀ...ଦେଢ଼ ବର୍ଷରେ ଧରାପଡ଼ିଲା ୪୧କୋଟି...

Key Points
ଭିଜିଲାନ୍ସର ଜାଲରେ କୁବେର ବାବୁ
ଦେଢ଼ବର୍ଷରେ ଧରାପଡ଼ିଲେ ୪୫ ଅଧିକାରୀ
କେବଳ ୨୦୨୪ରେ ଧରାପଡ଼ିଲେ ୨୯ ବାବୁ
ଭିଜିଲାନ୍ସ ବିଭାଗ ଧରିଛି ଦୁର୍ନୀତିର ଚେର…
୫୫ ଅଟ୍ଟାଳିକା, ୪୨ ଫ୍ଲାଟ, ୪୫୫ ଏକର ଜମି, ଫାର୍ମ ହାଉସ
ଜବତ ସମ୍ପତ୍ତି ଦେଖି ଆଶ୍ଚର୍ଯ୍ୟଚକିତ ବିଭାଗ!
କୁବେର ବାବୁମାନେ ଏବେ ଭିଜିଲାନ୍ସର ଜାଲରେ। ବାବୁମାନଙ୍କ ଘର ତଲାସି ସମୟରେ ପୁଳା ପୁଳା ଟଙ୍କା, କିଲୋ-କିଲୋ ସୁନା ମିଳିଛି। ଅଟ୍ଟାଳିକା, ବଙ୍ଗଳା, ଫ୍ଲାଟ୍, ଫାର୍ମ ହାଉସ ଓ ଶତାଧିକ ଏକର ଜମି ତାଲିକା ଦେଖି ନଜରଲାଖି ଯିବ ।
ଏତେ ଟଙ୍କା ଆସୁଛି କେଉଁଠୁ ? କିଭଳି ଭାବେ ସାଜୁଛନ୍ତି ଅମାପ ସମ୍ପତ୍ତିର ମାଲିକ?
ତାହା ବଡ଼ ପ୍ରଶ୍ନବାଚୀ । ବହୁ ସ୍ଥାନରେ ବାବୁଙ୍କ ସମ୍ପତ୍ତି ତାଲିକା ଓ ଅର୍ଥରାଶିର ତାଲିକା କରିବାକୁ ଭିଜିଲାନ୍ସ ବିଭାଗକୁ ବହୁ ଦିନ ଲାଗି ଯାଉଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ, ଗତ ଦେଢ଼ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୪୫ଜଣ ଅଧିକାରୀ ଧରାପଡ଼ିଛନ୍ତି। ଯେଉଁମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି୧କୋଟି ୧୮ ଲକ୍ଷ ୩୮ହଜାର ୬୧୦ଟଙ୍କା ହେବ ।
ଚଳିତ ବର୍ଷ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୬ଜଣ ସରକାରୀ ଅଧିକାରୀ ଧରାପଡ଼ିଲେଣି। ସେମାନଙ୍କ ନିକଟରୁ ୪୧କୋଟି ୧୮ଲକ୍ଷ ୩୮ହଜାର ୬୧୦ଟଙ୍କା ଠାବ ହୋଇଛି। ସେଥିମଧ୍ୟରୁ ବିଭିନ୍ନ ବ୍ୟାଙ୍କ ଖାତା, ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ ଏବଂ ଇନସ୍ୟୁରାନ୍ସରେ ୧୧କୋଟି ୩୬ଲକ୍ଷ ୧୨ହଜାର ୮୩୬ଟଙ୍କା ଇନଭେଷ୍ଟ କରିଛନ୍ତି। ଏହାସହ ସେମାନଙ୍କ ଘରୁ ୨୪.୫୮୫ ଗ୍ରାମର ସୁନା ଅଳଙ୍କାର ଠାବ ହୋଇଥିବା ବେଳେ ନଗଦ ୫କୋଟି ୫୦ଲକ୍ଷ ୫୩ହଜାର ୨୨୯ଟଙ୍କା ଜବତ ହୋଇଛି।
📱 Get Argus News App
✨ସେହିଭଳି ବର୍ଷ ୨୦୨୪ରେ ମୋଟ ୨୯ଜଣ କୁବେର ବାବୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେମାନଙ୍କ ନିକଟରୁ ୫୫ଟି ଅଟ୍ଟାଳିକା,୪୨ଟି ଫ୍ଲାଟ,୪୫୫ ଏକର ଜମି ସହ ଦୁଇଟି ଫାର୍ମ ହାଉସ ଠାବ ହୋଇଛି। ଏଥିସହ ୧୧.୫୧୪ କିଲୋଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ବିଭିନ୍ନ ସ୍ଥାନରେ ୩୧କୋଟି ୭୫ଲକ୍ଷ ୧୪ହଜାର ୧୭୪ଟଙ୍କା ନିବେଶ ଥିବାବେଳେ ନଗଦ୧କୋଟି ୩୩ଲକ୍ଷ ୬୦ହଜାର ୨୨୦ଟଙ୍କା ମଧ୍ୟ ଜବତ କରାଯାଇଛି।
ବିଭାଗର ଆକ୍ସନ ମୋଡକୁ ଦେଖି ସ୍ପଷ୍ଟ, ଏଣିକି ନୂଆ ଓଡିଶାରେ ଦୁର୍ନୀତିକୁ କୌଣସି ଛାଡ଼ ନାହିଁ । ଭିଜିଲାନ୍ସର ତୀକ୍ଷ୍ଣ ନଜର ଆଗ ଧରିବ, ଯେଉଁଠାରେ ଚାଲିଛି ଅନ୍ୟାୟ ।