Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବ ପ୍ରତିଭା, କରୁଛନ୍ତି ପ୍ରାଚୀନ ଯୋଗ...

Sudeshna Mishra
Browse all articles by Sudeshna Mishra
·1 year ago·2 min read
ଯୁବ ପ୍ରତିଭା, କରୁଛନ୍ତି ପ୍ରାଚୀନ ଯୋଗ...

Key Points

ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ, ଫଳରେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି 


ବ୍ୟସ୍ତମୟ ଜୀବନରୁ ସମୟ ବାହାର କରି ପ୍ରତିଦିନ ଯୋଗ କରିବା ଉଚିତ୍ ବୋଲି ବାର୍ତ୍ତା ପ୍ରଦାନ କରିଛନ୍ତି ପୁରୀର ଯୁବ ଯୋଗପ୍ରତିଭା ଅଭିଜିତ ତ୍ରିପାଠୀ 


ଅଭିଜିତ ୧୦ବର୍ଷରୁ ଯୋଗ ଶିଖି ଏବେ ଭାରତ ବର୍ଷର ଅନେକ ରାଜ୍ୟ ଯାଇ ସୁନାମ ଅର୍ଜନ କରିଛନ୍ତି 


ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।


ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି । ଯାହାଦ୍ୱାରା ଶରୀର, ମନ,ଆତ୍ମା କାମ କରେ । ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିସ୍କ ପୂର୍ଣ୍ଣ ରୂପେ କାର୍ଯ୍ୟ କରେ । ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ । ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି ।


ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ୍ ବୋଲି ଆଜି ଆନ୍ତର୍ଜାତୀୟ ଯୋଗ ଦିବସରେ ଏହିଭଳି ଏକ ବାର୍ତ୍ତା ପ୍ରଦାନ କରିଛନ୍ତି ପୁରୀର ଯୁବ ଯୋଗପ୍ରତିଭା ଅଭିଜିତ ତ୍ରିପାଠୀ l ଅଭିଜିତ ୧୦ବର୍ଷରୁ ଯୋଗ ଶିଖି ଏବେ ଭାରତ ବର୍ଷର ଅନେକ ଗୁଡିକ ରାଜ୍ୟ ଯାଇ ସୁନାମ ଅର୍ଜନ କରିଛନ୍ତି l



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହରିୟାନା, ଭୋପାଲ, ତାମିଲନାଡୁ, ମଇଶୁର ପରି ଅନେକ ଜାତୀୟ ସ୍ତରୀୟ ଯୋଗପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି l ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯୋଗାସନ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ।


ବିଶ୍ୱ ଯୋଗ ଦିବସ ଅବସରରେ ଅଭିଜିତ ବିଭିନ୍ନ ପ୍ରକାରର ଯୋଗ କରି ନିଜ ପ୍ରତିଭା ପ୍ରତିପାଦନ କରିଛନ୍ତି। ହସ୍ତପାଦାସନ, କପାଳଭାତି,ମୟୂରାସନ ପରି ଅନେକ ଯୋଗାସନ କରି ଏବେ ଚର୍ଚାରେ ଯୁବ ପ୍ରତିଭା ଅଭିଜିତ l ରଥଯାତ୍ରା ସମୟରେ ମଧ୍ୟ ମହାପ୍ରଭୁଙ୍କ ସମ୍ମୁଖରେ ଯୋଗ କରିଥାନ୍ତି ଅଭିଜିତ l ଅଭିଜିତ ଖୁବ କମ ବୟସରୁ ଯୋଗରେ ଏତେ ସଫଳତା ପାଇ ପରିବାର ଲୋକ ବହୁତ ଖୁସି ମନେ କରିଛନ୍ତି l


Sponsored
Puri-kid-yoga-talent-earns-name-nationwide | Argus News