ବିଳମ୍ବିତ ରାତିରେ ବାଇକକୁ ଧକା ଦେଲା କାର , ୩ ମୃତ
·1 year ago

ଭୁବନେଶ୍ବର : ପୁରୀ ବାଇପାସ ଟଙ୍କ ପାଣି ରୋଡ଼ରେ ଭୟଙ୍କର ଦୁର୍ଘଟଣା । ବିଳମ୍ବିତ ରାତିରେ ବାଇକକୁ ଧକା ଦେଲା କାର । ମୋଟର ସାଇକଲକୁ ୧00 ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା କାର। ଘଟଣା ସ୍ଥଳରେ ବାଇକରେ ଯାଉଥିବା ୩ଜଣ ଙ୍କର ମୃତ୍ୟୁ ହୋଇଛି। ସମସ୍ତଙ୍କ ଘର ରାଜ୍ୟ ବାହାରର ହୋଇଥିବା ସୂଚନା ମିଳିଛି । ସେମାନେ ଜିଜିପି କଲୋନୀ ଅଞ୍ଚଳରେ ଲେବର କାମ କରୁଥିଲେ ।
ସେପଟେ ଦୁର୍ଘଟଣା ଘଟାଇଥିବା କାର ଚାଳକ ଫେରାର ଥିବାବେଳେ ମାଲିକକୁ ଅଟକ ରଖିଲା ପୋଲିସ । ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ ।ଗତକାଲି ବିଳମ୍ବିତ ରାତିରେ ବାଇକରେ ବସିଥିବା 3 ଜଣ ଲୋକ WRONG ROOTରେ ଯାଉଥିବା ବେଳେ, ସେମାନଙ୍କୁ କାର୍ ଧକ୍କା ଦେଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: