Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିନ କେଇଟା ପରେ ବଡ଼ଦିନ ,ଭୁବନେଶ୍ବରରେ ଚାଲିଛି ପ୍ରସ୍ତୁତି

Odisha

ଦିନ କେଇଟା ପରେ ବଡ଼ଦିନ ,ଭୁବନେଶ୍ବରରେ ଚାଲିଛି ପ୍ରସ୍ତୁତି

Swoyangprjna Mishra
Browse all articles by Swoyangprjna Mishra
·1 year ago·1 min read
ଦିନ କେଇଟା ପରେ ବଡ଼ଦିନ ,ଭୁବନେଶ୍ବରରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର : ସରିଆସୁଛି ବର୍ଷ । ଆଉ ଦିନ କେଇଟା ପରେ ବଡ଼ଦିନ । କେବଳ ଖ୍ରୀଷ୍ଟଧର୍ମାବଲମ୍ବୀ ନୁହନ୍ତି, ସମସ୍ତଙ୍କ ମନରେ ଭରି ରହିଛି ଉତ୍ସାହ । ଏଥିପାଇଁ ଏବେଠୁ ରାଜଧାନୀରେ ଜମିଲାଣି ବଡ଼ ଦିନ ବଜାର । ଚାରିଆଡେ ଶୁଭୁଛି ଜିଙ୍ଗଲ ବେଲ୍ ଗୀତ। ....ରାଜଧାନୀର ରାସ୍ତାଘାଟର ସବୁଠି ବ୍ରିକ୍ରି ହେଲାଣି ଖ୍ରୀଷ୍ଟମାସ ସାମଗ୍ରୀ । ଯେଉଁଠି ଦେଖିଲେ ସେଠାରେ ଲୋକଙ୍କ ଭିଡ ଜମୁଛି । ରାଜଧାନୀର ପ୍ରମୁଖ ସ୍ଥାନ ଗୁଡ଼ିକରେ ଖୋଲି ଗଲାଣି ଖ୍ରୀଷ୍ଟମାସ ପସରା । ସବୁଠୁ ଅଧିକ ଗହଳି ଜମୁଛି ଏକନମ୍ବର ହାଟରେ । ସାନ୍ତା ଡ୍ରେସ୍‌ ଓ ଡ୍ୟାନସିଂ ସାନ୍ତା ଆଦି ସଭିଁଙ୍କୁ ବେଶ୍‌ ଆକର୍ଷିତ କରୁଛି।


ଅନ୍ୟପଟେ ଖ୍ରୀଷ୍ଟମାସ ଟ୍ରି, ଷ୍ଟାର୍‌, ସାନ୍ତାକ୍ଲଜ୍‌, ହ୍ୟାଙ୍ଗିଙ୍ଗ୍‌ ବେଲ୍‌, ସାନ୍ତା ଟୟ, ସାନ୍ତା ଟୋପି, ସାନ୍ତା ମୋଜା, ପୋଷାକ, ଖ୍ରୀଷ୍ଟମାସ ବ୍ୟାଣ୍ଡ, ଖ୍ରୀଷ୍ଟମାସ କାର୍ଡ, ଝୁମର ଆଦି ସାମଗ୍ରୀରେ ଭରି ଗଲାଣି ଦୋକାନ । ଦୁଇଫୁଟିଆ ରଙ୍ଗୀନ ଆଲୁଅର ଖ୍ରୀଷ୍ଟମାସ୍‌ ଟ୍ରିଠୁ ନେଇ ୧୨ରୁ ୧୫ ଫୁଟ ପର୍ଯ୍ୟନ୍ତ ବଡ଼ ବଡ଼ ପ୍ଲାଷ୍ଟିକ୍‌ ଖ୍ରୀଷ୍ଟମାସ୍‌ ଟ୍ରି ମଧ୍ୟ ରହିଛି । ଏସବୁର ଦାମ୍‌ ହଜାରେ ଟଙ୍କାରୁ ଆରମ୍ଭ ହୋଇ ୧୫ ହଜାର ଟଙ୍କା ରହିଛି । ବିଶେଷ କରି ଛୋଟ ଛୋଟ ପିଲାମାନେ ଖ୍ରୀଷ୍ଟମାସକୁ ନେଇ ଅଧିକ ଉତ୍ସାହିତ ଅଛନ୍ତି । ଗତବର୍ଷ ଏତେ ଭଲ ବ୍ୟବସାୟ ହୋଇନଥିବା ବେଳେ ଚଳିତବର୍ଷ ଭଲ ବେପାର ହେବା ଆଶାରେ ରହିଛନ୍ତି ବ୍ୟବସାୟୀ। ଅଦିନିଆ ବର୍ଷା ପାଇଁ ଦୁଇ ଦିନ ହେଲା ବେପାର ମାନ୍ଦା ଥିବା ବେଳେ ଆଜିଠୁ ପୁଣି ଜମିବ ବଡ଼ଦିନ ବେପାର । ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଙ୍କ ବଡ଼ପର୍ବ ଖ୍ରୀଷ୍ଟମାସ ହୋଇଥିବାବେଳେ କିନ୍ତୁ ରାଜଧାନୀରେ ସବୁ ସମ୍ପ୍ରଦାୟର ଲୋକେ ଖ୍ରୀଷ୍ଟମାସ ପାଳନ କରିଥାନ୍ତି । ସେଥିପାଇଁ ତ ଆରମ୍ଭ ହୋଇଛି ପ୍ରସ୍ତୁତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored