ନୂଆବର୍ଷରେ ମହାପ୍ରଭୁଙ୍କ ପ୍ରଥମ ଦର୍ଶନ ପାଇଁ ଶ୍ରକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ନୂଆବର୍ଷରେ ପୁରୀରେ ପ୍ରବଳ ଜନସମାଗମ । ଜଗା ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲମ୍ବା ଲାଇନ । ନୂଆ ବର୍ଷ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ଠାକୁର ଦର୍ଶନ ସହ ନୂଆବର୍ଷ ଆରମ୍ଭ କରିବା ପାଇଁ ଓଡ଼ିଆ ଲୋକଙ୍କ ଭିତରେ ବେଶ ଆଗ୍ରହ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷରେ ମହାପ୍ରଭୁଙ୍କ ପ୍ରଥମ ଦର୍ଶନ ପାଇଁ ଶ୍ରକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି । ମଧ୍ୟରାତ୍ରରେ ଶ୍ରୀମନ୍ଦିର ଦ୍ବାର ଫିଟାଯାଇଥିଲା ।
ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି । ବଳ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଅନ୍ୟ ୩ ଦ୍ବାରରେ ଦେଇ ପ୍ରସ୍ଥାନ କରୁଛନ୍ତି ଭକ୍ତ । ତେଣେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ନୂଆବର୍ଷ ପାଇଁ ରାଜ୍ୟର ଅନ୍ୟ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।