Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ ଆର୍ଥିକ ସାହାଯ୍ୟ

Banajyotshna Ray
Browse all articles by Banajyotshna Ray
·1 year ago
ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ ଆର୍ଥିକ ସାହାଯ୍ୟ

ଅର୍ଗସ ବ୍ୟୁରୋ:  ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ ଆର୍ଥିକ ସାହାଯ୍ୟ' । ସ୍ଥିତି ପରଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ପୁନର୍ବାର ଆକଳନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ଷୟକ୍ଷତି ଆକଳନରେ ସାମିଲ ହେବେ ଅଧିକାରୀ । ଆଜି ସନ୍ଧ୍ୟା ସୁଦ୍ଧା କୃଷି ବିଭାଗ ନିକଟରେ ଚାଷୀ କରିବେ ଅଭିଯୋଗ । ଚାଷ ଜମିରେ ଧାନର ଅହେତୁକ କ୍ଷତି ଅଭିଯୋଗକୁ ନେଇ ଗୁରୁତର ସହ ବିଚାରକୁ ନେଇ ସରକାର କରିଥିଲେ ସମୀକ୍ଷା । 20 ତାରିଖରୁ ହୋଇଥିବା ବର୍ଷାରେ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଚାଷ କ୍ଷତିଗ୍ରସ୍ତ ହୋଇଛି । ମୋଟ 61 ହଜାର 504 ଚାଷୀ ପ୍ରଭାବିତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।


ଅଦିନିଆ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ । ଭୁବନେଶ୍ବର ଛାଡ଼ି ଗାଁ ଦାଣ୍ଡରେ ଉଜୁଡ଼ା ଧାନ କ୍ଷେତରେ ପହଞ୍ଚିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All affected farmers will be provided financial assistance | Argus News