Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲେଉଟିବ ଶୀତ, କମିବ ରାତିର ତାପମାତ୍ରା

Odisha

ଲେଉଟିବ ଶୀତ, କମିବ ରାତିର ତାପମାତ୍ରା

Ritu Das
Browse all articles by Ritu Das
·1 year ago·1 min read
ଲେଉଟିବ ଶୀତ, କମିବ ରାତିର ତାପମାତ୍ରା

ଅର୍ଗସ ବ୍ୟୁରୋ: ଆହୁରି ଦିନଟିଏ ଭିଜିବ ରାଜ୍ୟର ବିଭନ୍ନ ସ୍ଥାନ, ଉପକୂଳ ଠାରୁ ଆଭ୍ୟନ୍ତରୀଣ ସବୁଠି ଲାଗି ରହିବ ଝିପିଝିପି ବର୍ଷାର ପ୍ରଭାବ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏ ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।


ସେହିପରି ଝାରସୁଗୁଡା, କନ୍ଧମାଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ କଟକ, ଖୋର୍ଦ୍ଧା, ଜଗତସିଂହପୁର, ଗଜପତି, ଗଞ୍ଜାମ ଇତ୍ୟାଦି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ରରେ ପ୍ରବେଶ ନକରିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ଷା ଛାଡିବା ପରେ ପୁଣିଥରେ ରାଜ୍ୟକୁ ଲେଉଟିବ ଶୀତ। ରାତ୍ରୀକାଳୀନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବ। ବର୍ଷା ଛାଡିବାର ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟର ବିଭନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। କେତେକ ଜିଲ୍ଲାରେ ଘନ କୁହୁଡି କାରଣରୁ ଦୃଶ୍ୟମାନ ଦୂରତା ୫୦ ମିଟରକୁ ଖସି ଆସିବ। ଏହି ସମୟରେ ଯାନବାହାନ ଚାଳକ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ।

Sponsored
As the winter progresses, the night temperatures drop | Argus News