ଅଜଗର ସାପର ଜୀବନ ବଞ୍ଚାଇବାକୁ ଉଦ୍ୟମ
·1 year ago·1 min read

ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଗିରିଣ୍ଡା ଗ୍ରାମରେ ଏକ ପରିତ୍ୟକ୍ତ କୂଅରେ ଗଳି ପଡିଲା ବିରାଟ ଅଜଗର ସାପ । ଦୁଇ ଦିନ ହେଲା କୂଅ ଭିତରେ ପଡି ରହିଛି ଅଜଗର ସାପ। କୂଅରୁ ବାହାରିବା ପାଇଁ ଉକ୍ତ ସାପଟି ସଂଘର୍ଷ କରିଛି। ସ୍ଥାନୀୟ ଲୋକ ବନବିଭାଗ ଅଧିକାରୀଙ୍କୁ ଜଣାଇବା ପରେ ବହୁ ବିଳମ୍ବରେ ବନବିଭାଗ ଘଟଣା ସ୍ତଳରେ ପହଞ୍ଚି ସାପଟିକୁ କାଢ଼ିବା ପାଇଁ ଉଦ୍ୟମ ଜାରି ରଖିଛି।
ଖବର ପାଇ ଭୁବନେଶ୍ଵରରୁ ସାପ ଧରାଳି ଶୁଭେନ୍ଦୁ ମଲ୍ଲିକ ଓ ତାଙ୍କ ଟିମ୍ ନିଜସ୍ଵ ଉଦ୍ୟମରେ ସ୍ଥାନୀୟ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ। କିନ୍ତୁ ସନ୍ଧ୍ୟା ହୋଇଯିବାରୁ ଜଙ୍ଗଲ ମଧ୍ୟରେ ଥିବା କୂଅରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇପାରିନି।ଆସନ୍ତା କାଲି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । କୂଅରେ ପାଣି ଅଧିକା ଥିବାରୁ ସ୍ଥାନୀୟଲୋକେ ଅଗ୍ନିଶମ ବାହିନୀକୁ ଡାକି ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: