Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂଆବର୍ଷରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

Odisha

ନୂଆବର୍ଷରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

Ritu Das
Browse all articles by Ritu Das
·1 year ago·2 min read
ନୂଆବର୍ଷରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ନୂଆ ବର୍ଷରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ୨୦୨୫ ମସିହା ଫେବୃଆରୀ ମାସରେ ନୂଆ ଯୋଜନାର ଲାଭ ଉଠେଇବେ ହିତାଧିକାରୀ। ନୂଆ ବର୍ଷ ଅର୍ଥାତ ୨୦୨୫ ମସିହା ଆରମ୍ଭରେ ସ୍ବାସ୍ଥ୍ୟ ବିଭାଗରେ ବୈପ୍ଲବିକ ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଜ୍ୟରେ ୨୦୨୫ ମସିହା ଫେବୃଆରୀ ମାସରେ ପାଖାପାଖି ୧ କୋଟି ପାରିବାରକୁ ମିଳିବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ।


ଯେଉଁଥିରେ ରାଜ୍ୟର ଜନସଂଖ୍ୟା ସାଢେ଼ ୪ କୋଟି ଲୋକଙ୍କ ମଧ୍ୟରୁ ସାଢ଼େ ୩ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଏହି ସ୍ବାସ୍ଥ୍ୟ କାର୍ଡ। ନୂଆ ବର୍ଷରେ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ କ୍ଷେତ୍ରରେ ବଡ ବିକଳ୍ପ ବ୍ୟବସ୍ଥା ଆଣିବା ପାଇଁ ଯୋଜନା ରଖିଛନ୍ତି ସରକାର ଏ ନେଇ ଆଜି ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ କୁମାର ମହଲିଙ୍ଗ। କେନ୍ଦ୍ରୀୟ ଟିମ ସର୍ଭେ କରି ଯାଇଛନ୍ତି। ଖୁବ୍ ଶୀଘ୍ର ନୂଆ ବର୍ଷରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବା ସହ କେହି ଏଥିରୁ ବାଦ୍ ପଡ଼ିବେନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯୋଜନା ଲାଗୁ ହେବା ପରେ ସବୁଠୁ ବଡ କଥା ହେଉଛି ଏହି ଯୋଜନାର ଫାଇଦା ଓଡ଼ିଶାର କୌଣସି ବି କାର୍ଡ ଧାରି ଯେ କୌଣସି ସ୍ଥାନରେ ବ୍ୟବାହର କରି ପାରିବେ। ଅର୍ଥାତ୍ ରାଜ୍ୟ ବାହାରକୁ ଯାଉଥିବା ଦାଦନ ଶ୍ରମିକ ମାନେ ମଧ୍ୟ ଏହି କାର୍ଡର ଲାଭ ଉଠେଇ ପାରିବେ। କେବଳ ସେତିକି ନୁହେଁ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ। ନୁଆ ବର୍ଷରେ ସ୍ବାସ୍ଥ୍ୟ ବିଭାଗରେ ବଡ ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆ ମେଡିକାଲ କଲେଜ, ନର୍ସିଙ୍ଗ କଲେଜ ସହ ବ୍ୟାପକ ଭାବେ ଡାକ୍ତରଙ୍କ ନିଯୁକ୍ତି ଓ ସ୍ବାସ୍ଥ୍ୟ ବିଭାବ ଭିତ୍ତି ଭୂମି ବଢ଼ାଇବାକୁ ସରକାରଙ୍କ ସଂକଳ୍ପ ରହିଛି ବୋଲି କହିଛନ୍ତି।

Raja Festival
Sponsored
Ayushman Bharat Yojana will be implemented in the state in the new year | Argus News