Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନାଇଛନ୍ତି ଉଲାକା, ଆଁ କରିଛନ୍ତି ମୋକିମ-ତାରା-ଶ୍ରୀକାନ୍ତ

Bikash Chandra Barik
Browse all articles by Bikash Chandra Barik
·1 year ago·2 min read
ଅନାଇଛନ୍ତି ଉଲାକା, ଆଁ କରିଛନ୍ତି ମୋକିମ-ତାରା-ଶ୍ରୀକାନ୍ତ

Key Points

କୋରାପୁଟରୁ ସାଂସଦ ହୋଇ ଅନାଇରହିଥିଲେ ଉଲ୍ଲାକା

ଜୟପୁରରୁ ବିଧାୟକ ହୋଇ ଚାହିଁ ରହିଥିଲେ ବାହିନୀପତି

ହେଲେ ମାରିନେଲେ ଦାସେ, ଜଳକା ମୋକିମ-ତାରା- ଶ୍ରୀକାନ୍ତ


ଅର୍ଗସ ବ୍ୟୁରୋ: ପ୍ରାୟ ବରଷେ ହେବ ଭବନରେ ତାଲା ପଡ଼ିଥିଲା । ସଭାପତିଙ୍କ ରୁମରେ ଅଳନ୍ଧୁ ଜମିଥିଲା । ଆଉ ସେହି ଅଳନ୍ଧୁ ଝାଡ଼ି ଚେୟାର ଖଣ୍ଡକରେ ବସିବାକୁ କିଏ କେତେ ଉଦମ୍ୟ କରିଛନ୍ତି । କେତେ ନେତାଙ୍କୁ ଭେଟିଛନ୍ତି । କେତେ କାହା ପାଖରେ ନେହୁରା ହୋଇଛନ୍ତି । ତାଲିକାରେ ତାରା ବାହିନୀପତିଙ୍କ ଠାରୁ ମହମ୍ମଦ ମୋକିମ, ସପ୍ତଗିରି ଉଲାକା, ଶ୍ରୀକାନ୍ତ ଜେନାଙ୍କ ନାଁ ଥିବା ଚର୍ଚ୍ଚା ହେଉଥିଲା । ସମସ୍ତେ ବି ଭାରି ଆଶାରେ ଥିଲେ । ଶରତ ଯିବା ପରେ ସେହି ସିଟରେ ବସିବାକୁ ମନ ବଳାଇଥିଲେ । ହେଲେ ଦଳର ହାଇକମାଣ୍ଡ ଭକ୍ତ ଦାସଙ୍କ ନାଁରେ ମୋହର ମାରିଛନ୍ତି । ଆଉ ଭୋନ୍ସରରେ ଝାଳନାଳ ହୋଇଥିବା ନେତାଏ ଆଁ କରି ଚାହିଁ ରହିଛନ୍ତି ।


2024 ଜୁଲାଇ 21 ତାରିଖ ପରଠୁ ଏକ ପ୍ରକାର ଭାଙ୍ଗି ଯାଇଥିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ପଦରୁ ଇସ୍ତଫା ଦେଇଥିଲେ ଶରତ ପଟ୍ଟନାୟକ । ଦଳ ଶୋଚନୀୟ ପରାଜୟର ଦ୍ୱାରସ୍ଥ ହେଲା । ହେଲେ ସେବେଠୁ ଆଜି ଯାଏଁ ମାତ୍ର ଗୋଟିଏ ବୈଠକ ହୋଇଥିଲା । ପରିଶେଷରେ ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ଏବଂ ମିନାକ୍ଷୀ ନଟରାଜନ ଓଡ଼ିଶା ଗସ୍ତ କଲେ । ପିସିସି ରେସରେ ଥିବା ନେତାଙ୍କ ନାଁକୁ ତାଲିକାରେ ଉତାରିଥିଲେ । ଆଉ ଗଲାବେଳେ କହିଥିଲେ ଆଉ ଲବି କାମ କରିବନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯୋଗ୍ୟତା, ଅଭିଜ୍ଞତା ଆଧାରରେ ଦଳ ଓଡ଼ିଶା ମୁଖିଆ ବାଛିବ । ନୂଆ ବର୍ଷରେ ନୁଆ ନେତା ଦେଖିବାକୁ ଚାହିଁ ରହିଥିଲା ବେଳେ ଫେବୃୟାରୀ 11ରେ AICC ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଯେଉଁଥିରେ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରସ କମିଟି ମୁଖିଆ ଭାବେ ନିଯୁକ୍ତି ମିଳିଛି ।
ଦଳର ରାଇଜ ମୁଖିଆ ଭକ୍ତ ହେଲେ ଭଲ କଥା । ହେଲେ ଏଠି ହାତ ଦଳର ସଭାପତିଙ୍କ ଲାଷ୍ଟିଂ କେତେଦିନ ତାହା ବଡ଼ ପ୍ରଶ୍ନ । ଆମେ ସମସ୍ତେ ଏକ କହୁଥିବା ନେତା ଦୁଇମାସ ପରେ ବିଦ୍ରୋହ କରନ୍ତି । ଭିନ୍ନ ଗୋଷ୍ଠୀ କରନ୍ତି, ଗୋହୀ ଖୋଳା ଖୋଳି ହୁଅନ୍ତି । ଶେଷରେ ମାଷ୍ଚର କ୍ୟାଣ୍ଟିନରେ ଠିଆ ହୋଇଥିବା ଘର ସାମ୍ନାରେ ଋଣକ୍ଷେତ୍ର ସୃଷ୍ଟି କରନ୍ତି । ତେଣୁ ଭକ୍ତ କେମିତି ଏହାକୁ ପ୍ରଶମିତ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା...


Sponsored
Bhakta Das New PCC In Odisha | Argus News