ଓଡ଼ିଶାରେ ଶିଳ୍ପାୟନ ଓ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
·1 year ago

ଶିଳ୍ପାୟନ ଓ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ କ୍ଷେତ୍ରରେରେ ମୋଟ ୪୪ ହଜାର ୭୯୩ କୋଟି ୩ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହାଦ୍ବାରା ଆଉ ୨୩ ହଜାରରୁ ଊର୍ଦ୍ଧ୍ବ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଯାଜପୁର ଓ କଟକ ଜିଲ୍ଲାରେ ୨ଟି ଲେଖାଏଁ ଓ ଢେଙ୍କାନାଳରେ ଗୋଟିଏ ଶିଳ୍ପ ପ୍ରକଳ୍ପକୁ ମିଶାଇ ମୋଟ ୫ଟି ଶିଳ୍ପ ପ୍ରକଳ୍ପରେ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ୍ ଏନର୍ଜି ଉପକରଣ, ବାୟୋଟେକ୍ନୋଲୋଜି, ଷ୍ଟିଲ ଆଣ୍ଡ କେମିକାଲସ୍ କ୍ଷେତ୍ରର ଏହି ପୁଞ୍ଜିନିବେଶ ରାଜ୍ୟର ୩ଟି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପରେ ହେବ । ଯାହା ଓଡ଼ିଶାରେ ଶିଳ୍ପ ଓ ଆର୍ଥିକ ଭିତ୍ତିଭୂମିକୁ ଗତିଶୀଳ କରାଇବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: