Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକଶିତ ଓଡିଶା ପାଇଁ ବିଜେପି ସରକାରଙ୍କ ଫୋକସ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିକଶିତ ଓଡିଶା ପାଇଁ ବିଜେପି ସରକାରଙ୍କ ଫୋକସ

Key Points

ବିକଶିତ ଓଡିଶା ପାଇଁ ବିଜେପି ସରକାରଙ୍କ ଫୋକସ
ପ୍ରାକ ବଜେଟ ପରାମର୍ଶ ବୈଠକରେ କେନ୍ଦ୍ର ଆଗରେ ମୁଖ୍ୟମନ୍ତ୍ରୀ ଙ୍କ ଦାବୀ
ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମ ବିକାଶ ପାଇଁ ମିଳୁ ଅଧିକ ଅର୍ଥ
ପର୍ଯ୍ୟଟନର ବିକାଶ ପାଇଁ ମାଗିଲେ ୧୦,୦୦୦ କୋଟିର ସ୍ବତନ୍ତ୍ର ପ୍ୟାକେଜ୍

ଅର୍ଗସ ବ୍ୟୁରୋ: ଡବଲ ଇଂଜିନ ସରକାର ରେ ଡବଲ ବିକାଶ ଉପରେ ଫୋକସ.. ସ୍ବତନ୍ତ୍ର ସହାୟତା ଯୋଜନା 2025- 26 ଅଧୀନରେ ଓଡିଶା କୁ ଅଧିକ ଆବଣ୍ଟନ ମିଳୁ ବୋଲି କେନ୍ଦ୍ର ଆଗରେ ଦାବୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ..କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର ଠାରେ ବସିଥିଲା ପ୍ରାକ-ବଜେଟ୍ ପରାମର୍ଶ ବୈଠକ .. ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ଦାବି କରିଛନ୍ତି... ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ହିତ କରିବା ପାଇଁ ଗୋପାଳପୁର ଏବଂ ଝାରସୁଗୁଡାରେ ନୂତନ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ପାଇଁ ପ୍ରସ୍ତାବ ଦେବା ସହ ରାଜ୍ୟ ରେ ସହରୀକରଣ ପାଇଁ କେନ୍ଦ୍ର ସରକାର ଅଧିକ ସହାୟତା ଦେବାକୁ ଦାବୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ନୂଆ ସରକାର ରେ ଲୋକଙ୍କ ଆଶା ପୂରଣ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିବା ବେଳେ ବିରୋଧୀ ଙ୍କ ମତ ଓଡିଶା ପ୍ରତି କେନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟି ଦେଲେ ଅଧିକ ଖୁସି ଲାଗିବ ।


କେବଳ ଏତିକି ନୁହେଁ ରାଜ୍ୟ ର ପାନୀୟ ଜଳ ସଙ୍କଟ ର ତ୍ବରିତ ସମାଧାନ ଦିଗରେ ଫୋକସ କରିଛନ୍ତି ସି ଏମ..ଗ୍ରୀଷ୍ମ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ ପ୍ରକଳ୍ପ ସମାପ୍ତ କରିବା ଏବଂ ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ତ୍ବରାନନ୍ବିତ କରିବା ପାଇଁ ଜଳ ଜୀବନ ମିଶନ ଅଧୀନରେ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା ପାଇଁ କେନ୍ଦ୍ର ଆଗରେ ଦାବୀ ରଖିଛନ୍ତି.. ସେହିପରି ଆଦିବାସୀ ଅଂଚଳ ର ବିକାଶ ପାଇଁ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଅନ୍ୟ ୧୧ଟି ଅତିରିକ୍ତ ବ୍ଲକ୍ କୁ ଆକାଂକ୍ଷୀ ବ୍ଲକ ରେ ସାମ ପାଇଁ ପ୍ରସ୍ତାବ ଦେଇଛନ୍ତି ମୋହନ.. ଗତ 10 ବର୍ଷରେ ମୋଦୀ ସରକାରରେ ରେଳ ବଜେଟ ରେ ୟିପିଏ ତୁଳନାରେ ଓଡିଶାକୁ 10 ଗୁଣା ଆର୍ଥିକ ଅନୁଦାନ ମିଳିଥିବା ବେଳେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ରେ ସବୁ ବେଳେ ଛିଡା ହୋଇଛନ୍ତି କେନ୍ଦ୍ର ସରକାର.. ଏବେ ଡବଲ ଇଂଜିନ ସରକାର ପରେ ରାଜ୍ୟ ର ବିକାଶ ର ଗତି କେତେ ତୀବ୍ର ହେଉଛି ତାହା ଉପରେ ନଜର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP government's focus for a developed Odisha | Argus News