ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଟେଣ୍ଡର ମାମଲା, ପୁଣି ରିମାଣ୍ଡରେ ତିନି ଅଭିଯୁକ୍ତ

ଅର୍ଗସ ବ୍ୟୁରୋ: ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଟେଣ୍ଡର ପାଇଁ ଲାଞ୍ଚ ମାମଲା। ଆଜି ଗିରଫ ତିନି ଜଣ ଅଭିଯୁକ୍ତଙ୍କ ରିମାଣ୍ଡ ସରୁଥିବାରୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ସିବିଆଇ। ଗିରଫ 3 ଅଭିଯୁକ୍ତ ବ୍ରିଜ ଆଣ୍ଡ ରୁଫ କମ୍ପାନୀ GGM ଚଞ୍ଚଳ ମୁଖାର୍ଜୀ, ଆଦିତ୍ୟ ଦେବ ଇନଫ୍ରାର ମାଲିକ ଦେବଦତ୍ତ ମହାପାତ୍ର ଓ ଆର୍ଟିଟେକ ସନ୍ତୋଷ ମହାରଣାଙ୍କୁ କୋର୍ଟରେ ହାଜର କରାଯାଇଛି। ଦ୍ଵିତୀୟ ପର୍ଯ୍ୟୟ ରିମାଣ୍ଡ ସରିବା ପରେ 3ଅଭିଯୁକ୍ତ ଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ ସିବିଆଇ ତୃତୀୟ ଥର ବି ରିମାଣ୍ଡରେ ନେବାକୁ ଆବେଦନ କରିବ। ଦୁଇ ଥର ରିମାଣ୍ଡରେ ନେଇ ମାରାଥନ ଜେରା କରିଛି ସିବିଆଇ ଟିମ । ଜେରା ବେଳେ IAS ବିଷ୍ଣୁ ପଦ ସେଠୀଙ୍କ ଲିଙ୍କ ସାମ୍ନାକୁ ଆସିବା ପରେ ବିଷ୍ଣୁପଦଙ୍କ ଡ୍ରାଇଭର ଓ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସିବିଆଇ ।
CBI ମାମଲାର ତଦନ୍ତ କରୁଥିବାବେଳେ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି CBIର ଯୁଗ୍ମନିର୍ଦେଶକ । ଭୁବନେଶ୍ବରରେ ଦାମୀ କାରରୁ 10ଲକ୍ଷ ଟଙ୍କା ଜବତ ମାମଲାରେ ସେ ସମୀକ୍ଷା କରୁଛନ୍ତି।ଗିରଫ 3 ଅଭିଯୁକ୍ତଙ୍କ ସହ IAS ବିଷ୍ଣୁପଦ ସେଠୀଙ୍କ ସମ୍ପର୍କ ନେଇ ମଧ୍ୟ ସମୀକ୍ଷା କରାଯାଉଛି। ତଦନ୍ତରେ ଏବେ ସୁଦ୍ଧା ମିଳିଥିବା ତଥ୍ୟ ଆଧାରରେ ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ଏହି ମାମଲାରେ IAS ବିଷ୍ଣୁପଦ ସେଠୀଙ୍କ ଲିଙ୍କ ପ୍ରସଙ୍ଗରେ ସାମ୍ନାକୁ ଆସିଛି ବଡ଼ ଖବର।
📱 Get Argus News App
✨ଭୁବନେଶ୍ବରରେ CBI ଚଢ଼ାଉର 2 ଦିନ ପୂର୍ବରୁ ହୋଇଥିଲା କି ବିଷ୍ଣୁପଦ ଓ କମ୍ପାନୀ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀଙ୍କର ଭେଟଘାଟ। ଏ ସମ୍ପର୍କରେ ସାମ୍ନାକୁ ଆସିଛି ଏକ ଚିଠି । ଏଥିରେ 5 ତାରିଖ ଦିନ SC-ST ବିଭାଗର ପ୍ରମୁଖ ସଚିବ ବିଷ୍ନୁପଦ ସେଠୀଙ୍କୁ ଭେଟିବାକୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ପକ୍ଷରୁ ଚିଠି ହୋଇଥିଲା । 5 ବର୍ଷ ପୂର୍ବରୁ ଅର୍ଥାତ୍ 2019 ଅକ୍ଟୋବର ମାସରେ ବ୍ରିଜ୍ ଏଣ୍ଡ ରୁଫ୍ କମ୍ପାନୀକୁ ହାଇସ୍କୁଲ କାମ ଦେଇଥିଲେ ବିଷ୍ଣୁପଦ ସେଠୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: