Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମକା ବଜାରରେ ଦଲାଲ ରାଜ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମକା ବଜାରରେ ଦଲାଲ ରାଜ୍

ଅର୍ଗସ ବ୍ୟୁରୋ:  ଚଳିତ ବର୍ଷ ଭଲ ମକା ଫସଲ ହୋଇଛି । ଭଲ ଦିପଇସା ରୋଜଗାର ମଧ୍ୟ ହେବ । ଏହି ଆଶା ନେଇ ଚାଷୀ ରହିଥିବା ବେଳେ ମକା ଅମଳକୁ ଦୁଇ ମାସ ବିତିଯାଇଛି । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଅମଳ ମକା ବିକ୍ରି ହେଇ ପାରୁନାହିଁ । ଫଳରେ କଷ୍ଟ ଉପାର୍ଜିତ ଫସଲ ଦଲାଲ ହାତକୁ ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । କୋରାପୁଟରେ ମକାର ଅଭାବୀ ବିକ୍ରି.. ଏସିଆ ମହାଦେଶର ସର୍ବବୃହତ ସବୁ ଠାରୁ ବଡ଼ ମୋକା ବଜାର ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର । ପଡ଼ୋଷି ଜିଲ୍ଲା ପରେ ଏବେ ମକାର ହବ୍ ପଲଟିବାରେ ଲାଗିଛି କୋରାପୁଟ। ଧାନ ଫସଲ ପରେ ଚାଷୀ ମକା ଚାଷ କରୁଛନ୍ତି। ହେଲେ ବିକ୍ରି ପାଇଁ ନା ଅଛି ମଣ୍ଡି ନା ଚାଷୀଙ୍କୁ ମିଳୁଛି ମକାର ଉଚିତ୍ ଦର। ଫଳରେ ଅଭାବୀ ବିକ୍ରି ଶିକାର ହେଉଛନ୍ତି ଚାଷୀ।


ଓଡିଶାରେ ମଣ୍ଡି ବ୍ୟବସ୍ଥା ଦୁର୍ବଳ ଥିବା ବେଳେ ଏହାର ଫାଇଦା ନେଉଛି ଆନ୍ଧ୍ର। ଦିନ ଦିହିପହରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆଶି ଟ୍ରକରେ ମକା ବୋହି ନେଉଛନ୍ତି । ପ୍ରତିଦିନ ଟନ ଟନ୍ ମକା ଏଠାରୁ ଚାଲଣ ହେଉଛି। ମାତ୍ର ସବୁ ଯାଣି ପ୍ରଶାସନ ସାଜିଛି ନିରବଦ୍ରଷ୍ଟା। ଆନ୍ଧ୍ର ସୀମାନ୍ତ ବର୍ଟି ବ୍ଲକ୍ ରୁ ଆନ୍ଧ୍ରପ୍ରଦେଶ କୁ ହେଉଛି ମକା ଚାଲାଣ । କୃଷି ବିଭାଗ ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ୍ ରେ ମୋଟ 1100 ସହ ହେକ୍ଟର ଚାଷ ଜମି, ନାରାୟଣପାଟଣା ବ୍ଲକ୍ ରେ 1200 ହେକ୍ଟର ଏବଂ ବନ୍ଧୁଗାଁ ବ୍ଲକ୍ ରେ 600 ହେକ୍ଟର ଜମିରେ ଏବେ ଚାଷୀ ମକା ଚାଷ ହେଉଛି...ତେବେ ଏହାର ବିକ୍ରି ପାଇଁ ଆବସ୍ୟକ ମୁତାବକ ପଦକ୍ଷେପ ନିଆ ଯାଉ ନଥିବାରୁ ଚିନ୍ତାରେ ଚାଷୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Brokerage rule in the corn market | Argus News