ଦୁର୍ଘଟଣାରେ ୨ ଖଣ୍ଡ ହୋଇଗଲା ଟ୍ରକ୍, ରାସ୍ତା କଡ଼କୁ ଓଲଟି ପଡ଼ିଲା ବସ୍
·1 year ago

ନବରଙ୍ଗପୁର: ଜାତୀୟ ରାଜପଥ ୨୬ରେ ଦୁର୍ଘଟଣା । ଲୁହା ପାଇପ୍ ନେଇ ଯାଉଥିବା ଟ୍ରକ୍କୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟିଲା ଘରୋଇ ବସ୍ । ଏନ୍ଏଚ୍-୨୬ ପାପଡ଼ାହାଣ୍ଡି ଦୁଲପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବସ୍ଟି ରାସ୍ତାକଡ଼କୁ ଓଲଟିବାରୁ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଏକ ଟ୍ରକ୍ ଲୁହା ପାଇପ୍ ନେଇ କର୍ଣ୍ଣାଟକରୁ ରାୟପୁର ନିକଟ ରାୟଗଡ଼ ଯାଉଥିଲା । ଟ୍ରକ୍ ସହ ବସ୍ଟିର ଧକ୍କା ହେବାରୁ ଛିଡ଼ି ଯାଇଥିଲା ଟ୍ରକ୍ର ବେଲ୍ଟ । ଫଳରେ ଟ୍ରକ୍ରେ ଥିବା ଲୁହା ପାଇପ୍ ରାସ୍ତା ଉପରେ ଖସି ପଡ଼ିବାରୁ ବସଟି ରାସ୍ତାକଡ଼କୁ ଓଲଟି ପଡ଼ିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁର୍ଘଟଣାଗ୍ରସ୍ତ ଡେଜି ନାମକ ଘରୋଇ ବସ୍ଟି ସମ୍ବଲପୁରରୁ କୋରାପୁଟରୁ ଦାମନଯୋଡ଼ି ଅଭିମୁଖେ ଯାଉଥିଲା । ବସ୍ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।