Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍‌, ଏକାସାଙ୍ଗରେ ୧୨ଟି ସ୍ଥାନରେ ଚାଲିଛି ରେଡ୍‌

Odisha

ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍‌, ଏକାସାଙ୍ଗରେ ୧୨ଟି ସ୍ଥାନରେ ଚାଲିଛି ରେଡ୍‌

Ritu Das
Browse all articles by Ritu Das
·1 year ago·1 min read
ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍‌, ଏକାସାଙ୍ଗରେ ୧୨ଟି ସ୍ଥାନରେ ଚାଲିଛି ରେଡ୍‌

ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ ଘଟଣା । ଅଭିଯୁକ୍ତ ଅନିଲ ମହାନ୍ତି ଏବଂ ହଂସିତାଙ୍କ କମ୍ପାନି ଉପରେ ଆୟକର ବିଭାଗର ରେଡ୍ । ଏକାସାଙ୍ଗେ ୧୦ଟି ସ୍ଥାନରେ ରେଡ୍‌ କରିବା ସହ ବିଭିନ୍ନ କାଜଗପତ୍ର ଏବଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଯାଞ୍ଚ ମଧ୍ୟ କରୁଛି ଆୟକର ଟିମ୍‌ । ଠକେଇ ଅଭିଯୋଗରେ ଅନିଲ ଓ ହଂସିତା ଗିରଫ ଖବର ଅନୁଯାୟୀ, ମଙ୍ଗଳବାର ଦିନ ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତିଙ୍କ ଘରେ ଆୟକର ଟିମ୍‌ ପକ୍ଷରୁ ଚଢାଉ ହୋଇଛି । ଏକାସାଙ୍ଗେ ୧୦ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଆୟକର ଟିମ୍‌ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର,ଦିଲ୍ଲୀ, ଝାଡଖଣ୍ଡରେ ଥିବା ଘର ଏବଂ ଅଫିସ ରହିଛି। ହଂସିତା ଅଭିଲିପ୍ସାଙ୍କ ଦିଲ୍ଲୀରେ ଥିବା ଢାବା ଆଣ୍ଡ ବାରରେ ମଧ୍ୟ ଚଢାଉ ଚାଲିଛି ।


ଏହାବ୍ୟତୀତ ଅନିଲଙ୍କ ନୟାପଲ୍ଲୀ ସ୍ଥିତ ପୈତୃକ ଘର, ମଞ୍ଚେଶ୍ବରରେ ଥିବା ଅଫିସ ,ଏମ୍‌ସ୍ ନିକଟରେ ଥିବା ପତ୍ନୀଙ୍କ ଘରେ ମଧ୍ୟ ଚାଲିଛି ଚଢାଉ । ସୂଚନାଯୋଗ୍ୟ ଯେ, ପୂର୍ବତନ ଏମ୍‌ପି ତଥା ଏକ ବଡ଼ ଏନ୍‌ଜିଓ ସଂସ୍ଥା ମାଲିକ ମଧ୍ୟ ହଂସିକାଙ୍କ ଶିକାର ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଝିଅ ଓ ଜ୍ୱାଇଁ ଭାବି ଏନ୍‌ଜିଓ ସଂସ୍ଥା ମାଲିକ ହଂସିକା ଓ ଅନିଲଙ୍କୁ ଆତିଥ୍ୟ ଦେଇଥିଲେ। ଏନ୍‌ଜିଓ ସଂସ୍ଥାକୁ ୫୦କୋଟି ଡୋନେସନ୍‌ କରାଇ ଦେବାକୁ କହିଥିଲେ ହଂସିକା। କିଛିଦିନ ପରେ ଡୋନେସନ୍‌ କରାଇ ଦେଇଥିଲେ । ସେଥିପାଇଁ ହଂସିକା ୨୦% କମିଶନ ମାଗିଥିଲେ । ହେଲେ ଏନ୍‌ଜିଓ ସଂସ୍ଥା ମାଲିକ ମନା କରିଥିଲେ । ହଂସିକା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍‌ମେଲିଂ କରିଥିଲେ। ଉପାୟ ନପାଇ ଏନ୍‌ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
-cheater-hansita-abhilipsas-vigilance-raids-12-places-simultaneously | Argus News