Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚିଟଫଣ୍ଡ ଠକେଇର ଦୁଇ ଦୁଇ ଥର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha

ଚିଟଫଣ୍ଡ ଠକେଇର ଦୁଇ ଦୁଇ ଥର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Ritu Das
Browse all articles by Ritu Das
·1 year ago·2 min read
ଚିଟଫଣ୍ଡ ଠକେଇର ଦୁଇ ଦୁଇ ଥର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଚିଟଫଣ୍ଡ ଠକେଇରୁ ବାଦ ପଡିନଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦୁଇ ଥର ଚିଟଫଣ୍ଡ ଠକେଇର ସାମନା କରିଛନ୍ତି । 1990 ମସିହାରେ ଏବଂ 2002 ମସିହାରେ ଚିଟଫଣ୍ଡ କମ୍ପାନୀ ଠକେଇର ଶିକାର ହୋଇଥିଲେ ମୋହନ । ଜାତୀୟ ଉପଭୋକ୍ତା ଦିବସରେ ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଗୋଟିଏ ସରକାରୀ ସଂସ୍ଥା ଏବଂ ଅନ୍ୟ ଗୋଟିଏ ବେସରକାରୀ ସଂସ୍ଥାକୁ ପଇସା ଯୋଗାଡ କରି ଦେଲି ହେଲେ ପରେ ଦେଖିଲା ବେଳକୁ ସଂସ୍ଥା ନାହିଁ । ଏପରିକି 1986 ଆଇନ ଅନୁସାରେ ଅପିଲ ବି କରିଥିଲି ହେଲେ ରାସ୍ତା ଏତେ ଜଟିଳ ଥିଲା ଯେ ପଇସା ଫେରସ୍ତ ହେଲା ନାହିଁ । ତେବେ 1986 ଆଇନକୁ 2019ରେ ସଂଶୋଧନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଗଦର୍ଶନରେ ଏହି ସବୁ ଗଳାବାଟ ଏବେ ବନ୍ଦ ହୋଇଛି । 2013ରୁ 2024 ।


ସେତେବେଳର ବିଜେଡି ସରକାର ସମୟରେ ଠକେଇର ଶିକାର ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀ ନିରାଶ, ହତାଶ । ରାଜ୍ୟରେ ବିଜେପି ସରକାର ଆସୁଆସୁ ଟଙ୍କା ଫେରସ୍ତ ପାଇଁ ତତ୍ପରତା ଦେଖାଇଛି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗିବା ସହ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରକ୍ରିୟା ଜାରି ରହିଛି। ... ଏବେ ବଡ ପ୍ରଶ୍ନ କାହିଁକି ଚୁପ୍ ଥିଲେ ନବୀନ ସରକାର । ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ଚିଟଫଣ୍ଡର ପୃଷ୍ଠପୋଷକ ଥିଲା ବିଜେଡି । ତେଣୁ ଚିଟଫଣ୍ଡ ଫାଇଲ୍ ଖୋଲିଥାନ୍ତା କେମିତି ? ଚିଟଫଣ୍ଡ କାରବାରରେ ସେତେବେଳର ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ତତ୍କାଳୀନ ବିଜେଡି ସାଂସଦ ରାମଚନ୍ଦ୍ର ହାଂସଦା ପ୍ରମୁଖ ଗିରଫ ହୋଇଥିଲେ। ତତ୍କାଳୀନ ସାଂସଦ ରବୀନ୍ଦ୍ର ଜେନା ଓ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଜେରା ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେଥିପାଇଁ ବୋଧେ ବିଜେଡିର ଚିଟଫଣ୍ଡ ପାଣ୍ଡୋରା ବକ୍ସ ଖୋଲିଯିବା ଭୟରେ ଚୁପ୍ ଥିଲା ବିଜେଡି । ତା ନ ହୋଇଥିଲେ ୨୦୧୩ ଜୁଲାଇ ୧୩ରେ ଯେଉଁ ୩ ଶହ କୋଟିର କର୍ପସ ଫଣ୍ଡ ଗଠିତ ହୋଇଥିଲା, ତାର ସ୍ଥିତି କଣ ସେନେଇ ବି ଗତ ସରକାର ମୁହଁ ଖୋଲି ନ ଥିଲେ କାହିଁକି ? ପ୍ରଥମେ ଜୁଲାଇ ୯, ୨୦୧୩ରେ ଜଷ୍ଟିସ ଆର.କେ. ପାତ୍ର କମିଶନ ଓ ପରେ ଫେବୃଆରୀ ୫, ୨୦୧୫ରେ ଜଷ୍ଟିସ ଏମଏମ ଦାସଙ୍କ କମିଶନ ରିପୋର୍ଟ କୁଆଡ଼େ ଗଲା, କଣ ଆକ୍ସନ ହେଲା ସେକଥା ବି କାହାକୁ ଜଣା ନାହିଁ । କମିଶନଙ୍କ ପାଖକୁ ଦୁଇଟି ପର୍ଯ୍ୟାୟରେ ଆସିଥିଲା 17 ଲକ୍ଷ ଆବେଦନ । ତେଣୁ ହତାଶରେ ଥିବା ଆବେଦନକାରୀଙ୍କୁ ମନରେ ଆଶା ଜାଗିଛି । ସେପଟେ ନିର୍ବାଚନ ପ୍ରଚାର ବେଳେ ଚିଟଫଣ୍ଡ୍ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ... ୨୦୧୪ ନିର୍ବାଚନ ବେଳେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଜେଡି । କିନ୍ତୁ ଦଶ ବର୍ଷ ପରେ ଏବେ ବି ଚିନ୍ତାରେ କ୍ଷତିଗ୍ରସ୍ତ । କିନ୍ତୁ ଜାତୀୟ ଉପଭୋକ୍ତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପୂର୍ବ ସରକାର ସମୟରେ ଚିଟଫଣ୍ଡ ଠକେଇର ଲୋକେ ଯେଉଁ ଶିକାର ହୋଇଥିଲେ ତାର ଉଦାହରଣ ଦେଇ ନିଜ କଥା କହିଥିଲେ । ଏହା ମଧ୍ୟ କହିଥିଲେ ମୋଦି ସରକାରରେ କିପରି ବନ୍ଦ ହୋଇଛି ଆଇନର ଗଳା ବାଟ।

Sponsored
Chief Minister | Argus News