Videos
|
Odisha

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆସନ୍ତା ଶିକ୍ଷା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆସନ୍ତା ଶିକ୍ଷା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ

ଅର୍ଗସ ବ୍ୟୁରୋ:  ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। କଟକରେ ଏବିଭିପିର ୪୯ ତମ ରାଜ୍ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଦେଇଥିଲେ। ଛାତ୍ର ଶକ୍ତି ଦେଖି ସେ ଭୟଭୀତ ହୋଇଯାଇଥିଲେ। ହେଲେ ଆମ ସରକାର ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରତିବଦ୍ଧ...2018ରୁ କ୍ୟାମ୍ପସରେ ହୋଇନି ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ କେତେବେଳେ ତିତଲି ଆଳ ଥିଲା ତ କେତେବେଳେ କୋଭିଡ.. ପୁଣି କେତେବେଳେ ଶିକ୍ଷାର ବାତାବାରଣ ନଷ୍ଟ ହେଉଥିବାକୁ ବାହାନା କରି ନିର୍ବାଚନକୁ ବନ୍ଦ କରିଥିଲେ ପୂର୍ବ ସରକାର.. ଏବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସବୁ ଛାତ୍ର ସଂଗଠନ ସ୍ବାଗତ କରିଥିବା ବେଳେ କଲେଜ କ୍ୟାମ୍ଫସରେ ଦେଖାଦେଇଛି ଉତ୍ସାହ..।


ଏପଟେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ ତମ ରାଜ୍ୟ ଅଧିବେଶନରେ ଦେଖିବାକୁ ମିଳିଲା ରାଷ୍ଟ୍ରବାଦ ଚିନ୍ତାଧାରାର ଝଲକ। ଭାରତ ମାତା କି ଜୟ, ବନ୍ଦେ ମାତରଂ ନାରାରୁ ପ୍ରକମ୍ପିତ ହେଲା କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ... ଆମ୍ବିଆନସ...ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୩୬ ରେ ବିକଶିତ ଓଡ଼ିଶା ଗଠନରେ ଏବିଭିପିର ଭାଗିଦାରୀ ରହୁ ବୋଲି ସମସ୍ତଙ୍କୁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ।


ଏବିଭିପିର ଏହି ୪୯ ତମ ରାଜ୍ୟ ଅଧିବେଶନରେ ଏକାଠି ହୋଇଥିଲେ ହଜାର ହଜାର ସଂଖ୍ୟାର ନୂତନ ଓ ପୁରାତନ କାର୍ଯ୍ୟକର୍ତ୍ତା। ଛାତ୍ର ଜୀବନରୁ ଏବିଭିପି ସହ ଯୋଡ଼ି ହୋଇ ରାଷ୍ଟ୍ରସେବାରେ ନିଜକୁ ସାମିଲ କରିବାରେ ସୁଯୋଗ ପାଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ର ଭାବନା ଓ ରାଷ୍ଟ୍ର ଚେତନା ଉଜାଗର କରିବା ହେଉଛି ଏବିଭିପିର ମୂଳ ଲକ୍ଷ୍ୟ। ଏଥିପାଇଁ ୧୯୪୯ ମସିହାରେ ପୂର୍ଣ୍ଣାଙ୍ଗ ଭାବେ ଗଠନ ହୋଇଥିଲା ଏହି ଛାତ୍ର ସଂଗଠନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

CM announces that Student Parliament elections will be held from the next academic year | Argus News