Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ମାସିକ ୩୫୦୦ ଭତ୍ତା

Odisha

୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ମାସିକ ୩୫୦୦ ଭତ୍ତା

Sushanta Sahoo
Browse all articles by Sushanta Sahoo
·1 year ago·2 min read
୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ମାସିକ ୩୫୦୦ ଭତ୍ତା

Key Points

୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦%ରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା

କେନ୍ଦୁଝରରେ ମାସିକ ଭତ୍ତା ୩୫୦୦ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଉପକୃତ ହେବେ ୪ ଲକ୍ଷ ୭୭ ହଜାର ୪୯୬ ଜଣ ହିତାଧିକାରୀ

କେନ୍ଦୁଝର: ମିଳିଲା ବର୍ଦ୍ଧିତ ଭତ୍ତା । ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାସିକ ଭତ୍ତା ଆକାରରେ ୩୫୦୦ ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦୁଝରରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗଙ୍କୁ ମାସିକ ୧୨୦୦ ଟଙ୍କା ଭତ୍ତା ମିଳୁଥିଲା ।


ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଆମ ସମସ୍ତଙ୍କ ଲାଗି ଖୁସିର ମୁହୂର୍ତ୍ତ । ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ଭତ୍ତା ଆଜିଠୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଉଛି । ଭତ୍ତା ବୃଦ୍ଧି କରି ସରକାର ଦେଇଥିବା କଥା ରଖିଛନ୍ତି । ରାଜ୍ୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାର ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପୂର୍ବରୁ ମିଳୁଥିବା ଭତ୍ତାର ୩ ଗୁଣା ହେବ । ଏଥିରେ ଓଡ଼ିଶାର ୪ ଲକ୍ଷ ୭୭ ହଜାର ୪୯୬ ଜଣ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରକୁ ଆସିବାର ୭ ମାସରେ ଆମେ ଅନେକ ପଦକ୍ଷେପ ନେଇଛୁ । ବିଗତ ଦିନରେ ସରକାର ଦୀର୍ଘ ବର୍ଷ ଧରି ସରକାରରେ ଥିଲେ ମଧ୍ୟ ଲୋକଙ୍କ ଆଶା ପୂରଣରେ ବିଫଳ ହୋଇଥିଲେ । ଯାହାର ଫଳ ନିର୍ବାଚନରେ ଦେଖିବାକୁ ମିଳିଲା ।


ନିର୍ବାଚନ ଘୋଷଣା ପତ୍ରରେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ କଥାରେ ନୁହେଁ, କାମରେ କରି ଦେଖାଇବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ଆମେ ଲୋକଙ୍କ କଥା ନ ବୁଝିବୁ ଲୋକେ ସରକାରଙ୍କୁ କେମିତି ହଟେଇବେ ଜାଣିଛନ୍ତି । ଆମେ ସରକାରକୁ ଆସିବା ପରେ ଶ୍ରୀମନ୍ଦିର ୪ ଦ୍ଵାର ଖୋଲିଲୁ, ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କା ଦେଲୁ, ଚାଷୀଙ୍କୁ ଧାନ କ୍ଵିଣ୍ଟାଲ୍ ପିଛା ୨୩୦୦ ସହ ଇନପୁଟ୍ ସହାୟତା ୮୦୦ ମିଶାଇ ୩୧୦୦ ଟଙ୍କା ଦେଉଛୁ । ଲୋକଙ୍କ ଆଶା, ଆଂକାକ୍ଷାକୁ ସରକାର ଗୁରୁତ୍ଵ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

Painting
Sponsored
CM Mohan Majhi Distributed Increased Allowance To Pension Beneficiary | Argus News