Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲିଠୁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆସନ୍ତାକାଲିଠୁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ

Key Points

ଆସନ୍ତାକାଲିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ
ଓଡ଼ିଶା ସମେତ ଦେଶ ସହ ନିଜ ସଫଳତା ବାଣ୍ଟିବେ ଅତିଥି
ବିମାନବନ୍ଦରରୁ ନେଇ ଜନତା ମୈଦାନ ସ୍ବାଗତ ପାଇଁ ସବୁଠି ଭବ୍ୟ ପ୍ରସ୍ତୁତି
9 ତାରିଖରେ ସମ୍ମିଳନୀର ଆନୁଷ୍ଠାନିକ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବରରୁ ପୁରୀ, କୋଣାର୍କରୁ ଧଉଳି ସବୁଠି ପ୍ରସ୍ତୁତିର ଅନୁଧ୍ୟାନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ
ଏପଟେ ଅତିଥିଙ୍କ ପାଇଁ ଡବଲ୍ ଡେକର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଅପୂର୍ବ, ଅଦ୍ବିତୀୟ, ଭବ୍ୟ। ପୂର୍ବ ଭାରତରେ ହେଉଥିବା ପ୍ରଥମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତ ଭୁବନେଶ୍ବର। ଏଥିପାଇଁ ବ୍ୟାପକ ଆୟୋଜନ କରିଛନ୍ତି ଓଡ଼ିଶା ସରକାର। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ 7 ହଜାର ପ୍ରବାସୀ। ହାଜର ହାଜର ସଂଖ୍ୟାରେ ଅତିଥି ରାଜଧାନୀରେ ପହଞ୍ଚି ବି ସାରିଲେଣି। ବିମାନ ବନ୍ଦରରେ କରାଯାଇଛି ଭବ୍ୟ ଆୟୋଜନ। ପ୍ରବାସୀଙ୍କୁ ପଦ୍ମ ଫୁଲ ଦେଇ କରାଯାଉଛି ସ୍ଵାଗତ । ସମ୍ମିଳନୀ ସ୍ଥଳ ଜନତା ମୈଦାନ ବି ତୟାର। ଯେଉଁଠି ଅତିଥି ପାଇବେ ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ, ପରମ୍ପରାର ସ୍ପର୍ଶ।

କାର୍ଯ୍ୟକ୍ରମକୁ ସଫଳ ସୁପରିଚାଳନା ପାଇଁ ସୋମବାର ଠାରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଏସ୍.ଜୟଶଙ୍କର । ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ପେ ପଟ୍ଟଚିତ୍ରର ଗାଁ ରଘୁରାଜପୁରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜୟଶଙ୍କର। ତା ପରେ ଧଉଳି ଶାନ୍ତି ସ୍ତୁପ ଓ ଲିଙ୍ଗରାଜ ମନ୍ଦିର ବି ଯାଇଛନ୍ତି ଜୟଶଙ୍କର।

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଇ ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ବରରେ 5ଟି ଡବଲ ଡେକର ବସ, 10ଟି ହପ ଅନ ହପ ଅଫ ବସ ଓ 25 ଟି ଶ୍ରୀ ମନ୍ଦିର ପ୍ରଶାସନ ବସ ଗଡିବ। ଡବଲ ଡେକର ବସ ଗୁଡିକ କଟକ ଓ ଭୁବନେଶ୍ବରରୁ ପ୍ରବାସୀଙ୍କୁ ନେଇ ପୁରୀକୁ ଯାତାୟତ କରିବ। ସେହିପରି ହପ ଅନ ହପ ଅଫ ବସ ଭୁବନେଶ୍ବର ଭିତରେ ଏବଂ ଶ୍ରୀମନ୍ଦିର ପ୍ରଶାସନ ବସ ଗୁଡିକ କେବଳ ପୁରୀ ଭିତରେ ଯାତାୟାତ କରିବ। ସମ୍ମିଳନୀକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ନୂତନ ଗ୍ୟାଲେରୀ । ଏଠାରେ ତାଳପତ୍ର ପୋଥିରେ ଲିଖିତ ରାମାୟଣ ଦେଖିବେ ପ୍ରବାସୀ ଅତିଥି । ମ୍ୟୁଜିୟମରେ ମିଠା ଓ ପିଠାର ମଜା ବି ନେଇ ପାରିବେ ।
ବାଇଟ - ସୂର୍ଯ୍ୟବଂଶୀ ସୂରଜ, ସଂସ୍କୃତି ମନ୍ତ୍ରୀ

ଯୁବ ସମାବେଶରୁ ଆରମ୍ଭ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମଳନୀ । ତାପରେ ଓଡ଼ିଶାରେ ପୁଞ୍ଜି ନିବେଶ ସମ୍ଭାବନା ସମ୍ପର୍କରେ ପ୍ରବସୀଙ୍କ ସହିତ ଘରୋଇ ହୋଟେଲରେ ହେବ ଆଲୋଚନା । ୯ ତାରିଖରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ପ୍ରବାସୀଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇବା ପାଇଁ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଅପରାହ୍ନରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରବାସୀଙ୍କ ସହ ବିକଶିତ ଭାରତ ୨୦୪୭ ବିଷୟରେ ଆଲୋଚନା କରିବେ । ୧୦ ତାରିଖ ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। ସମ୍ମିଳନୀରେ ଓଡିଶାରେ ଥିବା ସମ୍ଭାବନାକୁ ପ୍ରଦର୍ଶିତ କରାଯିବ । ଏହା ଦ୍ବାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Countdown Begins For Pravasi Bharatiya Sammilani 2025 In Bhubaneswar | Argus News