Videos
|
Odisha

`ଦେଶବାସୀ ଅପେକ୍ଷା କରିଛନ୍ତି ଜୁନ ୪କୁ'

Ritu Das
Browse all articles by Ritu Das
·2 years ago·2 min read
`ଦେଶବାସୀ ଅପେକ୍ଷା କରିଛନ୍ତି ଜୁନ ୪କୁ'

ଅର୍ଗସ ବ୍ୟୁରୋ: ବିଜେପି ହେଭିୱେଟ୍‌ଙ୍କ ଧୂଆଁଧାର ପ୍ରଚାର ବନାମ ନବୀନ ପାଣ୍ଡିଆନଙ୍କ ଯୋଡ଼ି, ରୋକିବ ନା ଧୂଳି ଚଟାଇବ । ଜୁନ୍ ୪କୁ ହିଁ ଅପେକ୍ଷା । ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ସହ ୨୦ କେନ୍ଦ୍ରମନ୍ତ୍ରୀଙ୍କ ତୁଫାନୀ ଗସ୍ତ ।  ଶାହ, ନଡ୍ଡାଙ୍କ ସହ ଚାରି ମୁଖ୍ୟମନ୍ତ୍ରୀ କରିଥିଲେ ଦମଦାର ପ୍ରଚାର । ପଶ୍ଚିମ ଓଡିଶାରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ମନ୍ତ୍ରୀମାନେ ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲଗାଇଥିଲେ ଦମ୍ । ବିଜେପିର ରାଜ୍ୟ ତୁଙ୍ଗ ନେତା ଯଥା ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ ବିଭିନ୍ନ ନିର୍ବାଚନ ସଭାରେ ଏକାସାଙ୍ଗରେ ଉପସ୍ଥିତି ରହି ନିଜ ଭିତରେ ଏକତାର ବାର୍ତ୍ତା ଦେବାକୁ ଉଦ୍ୟମ କରିଥିଲେ ।

ଦୁଇ ମାସରୁ ଅଧିକ ପ୍ରଚାର ଅଭିଯାନରେ ଭୋଟରଙ୍କୁ ନିଜ ଆଡେ ଆକୃଷ୍ଟ କରିବା ନେଇ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ଓ ବିଜେଡି କରି ଆସିଛନ୍ତି ଦାବି । ବିଜେଡିର ଦାବି ବଡ ନେତାଙ୍କ ପ୍ରଚାର କାମ କରିବନି । ଏକା ନବୀନ କାଫି । ମାତ୍ର ପ୍ରଚାର ମଇଦାନରେ ନବୀନଙ୍କ ଅନୁପସ୍ଥିତି ବିଜେଡି ପ୍ରାର୍ଥୀଙ୍କୁ କରିଥିଲା ଅସହାୟ । ନବୀନ କାଁ ଭାଁ ପ୍ରଚାରକୁ ବାହାରୁ ଥିବା ବେଳେ ପ୍ରଚାରର ମଙ୍ଗ ଥିଲା ତାମିଲ ବାବୁ ଭେୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ହାତରେ। 

ନିର୍ବାଚନ ପର୍ଯ୍ୟବେକ୍ଷକ ମାନଙ୍କ ମତ ବିଜେପରି ଓଡିଆ ଅସ୍ମିତା, ସଂସ୍କୃତି ଓ ସ୍ବାଭିମାନର ନାରା ସାମ୍ନାରେ ପାଣ୍ଡିଆନଙ୍କ ପ୍ରଚାର ବିଜେଡି ପ୍ରାର୍ଥୀଙ୍କୁ ବଳ ଦେବା ବଦଳରେ କରୁଥିଲା ଦୁର୍ବଳ । ଏମିତି ପରିସ୍ଥିତି ଆସିଥିଲା ଯେ, ଅନେକ ବିଜେଡି ପ୍ରାର୍ଥୀ ପାଣ୍ଡିଆନଙ୍କୁ ପ୍ରଚାରରେ ନେବାକୁ ଅମଙ୍ଗ ହୋଇଥିବା ଅଭିଯୋଗ ହୋଇଥିଲା।

ଓଡ଼ିଶାର କଂଗ୍ରେସର କ୍ୟାମ୍ପେନ ବି ହୋଇଥିଲା ସମ୍ପୂର୍ଣ୍ଣ ଦିଗହରା । ରାହୁଲ ଓ ଖଡଗେଙ୍କ ହାତଗଣତି ସଭା ରାଜ୍ୟରେ ତଳମୁହାଁ କଂଗ୍ରେସକୁ କେତେ ସଂଜୀବନୀ ଯୋଗାଇବ ତାକୁନେଇ ପ୍ରକାଶ ପାଇଛି ସନ୍ଦେହ। ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ନିର୍ବାଚନ ସରିବା ପରେ ଭୋଟ ଓ ଏକଜିଟ ପୋଲକୁ ଅପେକ୍ଷା । ୪ରେ ଆସିବ ଏକଜିଟ ପୋଲ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

``Country people | Argus News