କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଠକିନେଲେ

Key Points
କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ ।
ଅର୍ଗସ ବ୍ୟୁରୋ: କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ । କଟକର ଜଣେ ବ୍ୟବସାୟୀଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। କଟକ ସାଇବର୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ `କିଆ' କମ୍ପାନୀର କାର୍ ଡିଲରସିପ୍ ସମ୍ବଲପୁର କରିବାକୁ ଚାହୁଁଥିଲେ।
ଏଥିପାଇଁ ସେ ‘କିଆ’ର ଯୋଗାଯୋଗ ନମ୍ବର ଗୁଗୁଲରେ ଖୋଜିଥିଲେ, ଗୁଗୁଲରେ ନମ୍ବର ମିଳିବା ପରେ କମ୍ପାନି ସହିତ ଯୋଗାଯୋଗ କରିଥିଲେ ଫୋନ୍ ଉଠାଇଥିବା ବ୍ୟକ୍ତି ନିଜକୁ ‘କିଆ’ର ଅଧିକାରୀ ପରିଚୟ ଦେଇଥିଲେ। ଡିଲରସିପ୍ ଖୋଲିବା ପାଇଁ ସିକ୍ୟୁରିଟି ଟଙ୍କା ବାବଦରେ ଦୁଇଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲା।
📱 Get Argus News App
✨ଫଳରେ ବ୍ୟବସାୟୀ ଜଣକ ନଭେମ୍ବର ୨୯ ରେ ୨୫ ଲକ୍ଷ ଓ ଡିସେମ୍ବର ୧୦ ତାରିଖରେ ୧୫ ଲକ୍ଷ ଟଙ୍କା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଥିବା ଦୁଇଟି ଆକାଉଣ୍ଟରେ ଏହି ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଗଲା ୧୬ ତାରିଖରେ ଠକମାନେ ଆହୁରି ୧୭ ଲକ୍ଷ ଟଙ୍କା ମାଗିବା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଜମା କରିବାକୁ କହିଥିଲେ। ଏଥିରେ ବ୍ୟବସାୟୀଙ୍କର ସନ୍ଦେହ ହେବାରୁ ସେ ସାଇବର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ମୋବାଇଲ ନମ୍ବରଟି ଗୁଜୁରାଟର ବୋଲି ଜଣାପଡିଛି।