Videos
|
Odisha

ଡା. ହରିବାବୁ କମ୍ଭମ୍‌ପତି ଓଡ଼ିଶାର ନୂଆ ରାଜ୍ୟପାଳ

Rashmita Mishra
Browse all articles by Rashmita Mishra
·1 year ago·1 min read
ଡା. ହରିବାବୁ କମ୍ଭମ୍‌ପତି ଓଡ଼ିଶାର ନୂଆ ରାଜ୍ୟପାଳ

ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଡା. ହରିବାବୁ କମ୍ଭମପତି । ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ପାଇ ସେ ବେଶ୍ ଖୁସି ଥିବା କହିଛନ୍ତି । ଓଡିଶାର ଉନ୍ନତି ପାଇଁ କାମ କରିବି । ଓଡ଼ିଶାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେଉଛି । ଖଣିଜ ସମ୍ପଦରେ ଭରି ରହିଛି ଓଡ଼ିଶା । ଶିଳ୍ପ ସ୍ଥାପନ ପାଇଁ ଏଠାରେ ଅନେକ ସୁଯୋଗ ରହିଛି । ଓଡିଶା ସରକାର ପଲିସି ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ । ଏ ଦିଗରେ ବହୁ ଉନ୍ନତଧରଣ କାର୍ଯ୍ୟ ହୋଇପାରିବ । ଓଡିଶାର ବହୁ ଶ୍ରମିକ ଆନ୍ଧ୍ରରେ କାମ କରନ୍ତି । ରାଜ୍ୟରେ ଶ୍ରମିକ ସମସ୍ୟା ଥିଲେ ସେହି ଦିଗକୁ ଗୁରୁତ୍ୱର ସହ ନିଆଯିବ ଏବଂ ବହୁମୁଖି କାର୍ଯ୍ୟ କରାଯିବ ।

ଆଜି ଓଡ଼ିଶା ରାଜ୍ୟପାଳ ଦାୟିତ୍ୱରେ ଥିବା ରଘୁବର ଦାସ ଇସ୍ତଫା ଦେଇଛନ୍ତି । ମହାମହିମ ରାଷ୍ଟ୍ରପତି ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ରଘବରଙ୍କ ଇସ୍ତଫା ଘୋଷଣା ପରେପରେ ହରିବାବୁଙ୍କ ନାମ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଘୋଷଣା କରାଗଲା । ୨୦୧୪ରେ ବିଶାଖାପାଟନାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ହରିବାବୁ । ପେଷାରେ ଇଞ୍ଜିନିୟର ହରିବାବୁ ରାଜନୀତି ପାଇଁ ଚାକିରି ଛାଡ଼ିଦେଇଥିଲେ । ଓଡ଼ିଶା ଗଭର୍ଣ୍ଣର ହେବା ପୂର୍ବରୁ ସେ ମିଜୋରାମ ରାଜ୍ୟପାଳ ଦାୟିତ୍ୱରେ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dr. Haribabu Kambhampati is the new Governor of Odisha. | Argus News