Videos
|
Odisha

ଦାଦନ ଦୁଃଖ, ଟଙ୍କା ଦେଲେ ଫେରିବ ଦାଦନ ଶବ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦାଦନ ଦୁଃଖ, ଟଙ୍କା ଦେଲେ ଫେରିବ ଦାଦନ ଶବ

ଅର୍ଗସ ବ୍ୟୁରୋ:  ଟଙ୍କା ଦେଲେ ଫେରିବ ଦାଦନ ଶବ । ବୃଦ୍ଧ ବାପା ମା ଓ ତିନି କୁନି କୁନି ପୁଅ ଝିଅ କୁ ଛାଡି ପେଟପାଟଣା ପାଇଁ ଗୋଆ କୁ ଦାଦନ ଖଟିବାକୁ ଯାଇଥିଲେ। କଳାହାଣ୍ଡି ଜିଲ୍ଲା ସଦରଥାନା ଅନ୍ତର୍ଗତ ରିସଗାଁ ଡଙ୍ଗରୀପଡାର ରାଜନ ଲହଜଲ (୪୦)ଓ ତାଙ୍କ ପତ୍ନୀ ମାଳତୀ।ବର୍ଷେ ତଳେ ଦାଦନ ଯାଇଥିବା ବେଳେ ଗତକାଲି ଦେହ ଅସୁସ୍ଥ ଥିବା ଫୋନ ଯୋଗେ ବୃଦ୍ଧା ମାଁ କୁ ଜଣାଇଥିଲେ ରାଜନ ଙ୍କ ପତ୍ନୀ ମାଲତୀ।ରାତି ସମୟରେ ମୃତ୍ୟୁ ହେବାରୁ ଠିକାଦାର ଟଙ୍କା ଦେଲେ ଘରକୁ ଶବ ପଠାଇବୁ ନହେଲେ ଶବ ଏଇଠି ଜାଲିଦେବୁ ବୋଲି ଫୋନ ଯୋଗେ କହିଥିଲେ ।


ଅସହାୟ ବୃଦ୍ଧ ବୃଦ୍ଧା କେଉଁଠୁ ଟଙ୍କା ଦେଇ ଶବ ଆଣିବେ।ପୁଅ ର ମଲା ମୁହଁ କୁ ଟିକେ ଦେଖିବା ପାଇଁ ,ଜିଲ୍ଲାପ୍ରଶାସନ ଓ ଶ୍ରମ ବିଭାଗ ପାଖରେ ଗୁହାରି କରିଛନ୍ତି।ଅନ୍ୟପଟେ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ଆମେ ଶବ କୁ ଆଣିବାକୁ ଠିକାଦାର ସହ କଥା ହୋଇଛୁ। ଶବ ପହଞ୍ଚାଇବା ବ୍ୟବସ୍ଥା କରିବୁ । କିନ୍ତୁ ଏଯାଏଁ ଆସିପାରିଲାନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: