Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଥର ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଏଥର ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା

ଏଥର ବି ଭୀଷଣ ତାତି, ଜଳାଇବ ମାର୍ଚ୍ଚରୁ ମେ’ ଖରା । କଲବଲ କରିବ ଜନଜୀବନ । ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ଏଥର ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା । ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ ।


ଏବେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସେହିଭଳି ସମ୍ବଲପୁରରେ ୩୬.୪, ହୀରାକୁଦରେ ୩୫.୬ ଓ ଭୁବନେଶ୍ବରରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଚଳିତ ମାସରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆଶଙ୍କା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Day temperatures will be above normal from March to May | Argus News