|
logo
Live

Argus News - ପାଟଣାଗଡ଼ରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

Odisha

ପାଟଣାଗଡ଼ରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

Banajyotshna Ray
Browse all articles by Banajyotshna Ray
·1 year ago
ପାଟଣାଗଡ଼ରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

ଅର୍ଗସ ବ୍ୟୁରୋ:  ପାଟଣାଗଡ଼ ସହରରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଛି । ଚଳିତଥର ୧୨ ବର୍ଷରେ ପହଞ୍ଚିଛି ପାଟଣାଗଡ଼ର ଧନୁଯାତ୍ରା। ସମଗ୍ର ପାଟଣାଗଡ ସହରକୁ ମଥୁରା ନଗରୀ ଓ ନିକଟସ୍ଥ ଉଲବା ଗ୍ରାମକୁ ଗୋପପୁର ଭାବରେ ଚିତ୍ରଣ କରାଯାଇଛି। ସ୍ଥାନୀୟ ଗଙ୍ଗାଧର ପାର୍କଠାରେ ନିର୍ମିତ ମଥୁରା ନଗରୀର ସୁଦୃଶ ରାଜ ପ୍ରାସାଦକୁ ଉଦଘାଟନ କରିଛନ୍ତି ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ। ଉଦଘାଟନୀ ସମାରୋହରେ ପାଟଣାଗଡ଼ ଏସ ଡି ପି ଓ ଏବଂ ଥାନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।


ପ୍ରଥମ ଦିନରେ ମଥୁରାନଗରୀରେ ମହାରାଜ ଉଗ୍ରସେନଙ୍କ ନଗର ପରିକ୍ରମା, ଦେବକୀ ବସୁଦେବଙ୍କ ବିବାହ, ଯୁବରାଜ କଂସଙ୍କ ମୃଗୟା ଯାତ୍ରାରୁ ପ୍ରତ୍ୟାବର୍ତ୍ତନ, ଉଗ୍ରସେନଙ୍କ ଗାଦିଚ୍ୟୁତ ଆଦି ପରିବେଷଣ କରାଯାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ପାଟଣାଗଡ଼ରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ | Argus News