ଠୋ କିନା ଫାଟିଗଲା ଶଙ୍ଖ, ଜଣାଇ ଦେଲେ ରାଜା-ଅରୁଣ

Key Points
ଗୋଟିଏ ପ୍ରସଙ୍ଗ, ଗୋଟିଏ ଦଳ କିନ୍ତୁ ଦୁଇଟି ସାମ୍ବାଦିକ ସମ୍ମିଳନୀ
ବିଜେଡି ଫାଟିଗଲା ବୋଲି ଜଣାଇଦେଲେ ନେତା
ଦଳରେ ବିଦ୍ରୋହ, ଦୁଇ ଗୋଷ୍ଠୀ ମଧ୍ୟରେ ଘୋର ବିବାଦ
ଜରିଆ ସାଜିଲେ ରାଜା ଓ ଅରୁଣ, ଅଜ୍ଞାତରେ ହାଇକମାଣ୍ଡ୍
ଆଗରୁ ଚାଲିଥିଲା ଗୁପ୍ତ ବୈଠକ , ଏବେ ହୋଇଗଲା ସ୍ପଷ୍ଟ
କିଏ ସେହି ଦୁଇ ନେତା, ଯାହାଙ୍କ ଇଙ୍ଗିତରେ ହେଲା ଦୁଇଟି ପିସି ?
ଫେବୃୟାରୀ 5 ତାରିଖ । ସମୟ 1ଟା ବାଜି
15 ମିନିଟ୍
। ସ୍ଥାନ ଶଙ୍ଖ ଭବନ । ପ୍ରେସମିଟ
କଲେ ନୟାଗଡ଼ ବିଧାୟକ ଅରୁଣ ସାହୁ
। ଅଧଘଣ୍ଟା ଅନ୍ତର । ସମୟ 1.45
।
ସାମ୍ବାଦିକଙ୍କୁ ଡାକିଲେ ରାଜା
। ସ୍ଥାନ-
ରାଜଭବନ
ପାଖ ସରକାରୀ ଆବାସ । ଗୋଟିଏ ଘର,
ଅନ୍ୟଟି
ଅଫିସ । ପ୍ରସଙ୍ଗ ଗୋଟିଏ । ନେତା
କିନ୍ତୁ ଦୁଇଟି । ଏଇଥିରୁ ଗନ୍ଧ
ହେଲା ବିଜେଡିରେ ବିସ୍ଫୋରଣ ହୋଇଗଲା
। 25
ବର୍ଷର
ଦଳରେ ଏମିତି ବୋଧେ ହୁଏ ପ୍ରଥମଥର
ହେଲା । ଯେଉଁଠି ଗୋଟିଏ ପ୍ରସଙ୍ଗରେ
ଦୁଇ ନେତା ସାମ୍ବାଦିକ ସମ୍ମିଳନୀ
କଲେ । ଗୋଟିଏ ଜାଗାରେ ବସୁଥିବା
ରାଜା ଅରୁଣ । ଭିନ୍ନ ଭିନ୍ନ ଜାଗାରେ
ସାମ୍ବାଦିକଙ୍କୁ ଡାକି ସମ୍ମିଳନୀ
କରୁଥିଲେ ।
ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଆଜି ଲଞ୍ଚ ହେଲାବେଳେ ମୋହନ ସରକାରକୁ ଟାର୍ଗେଟ କରିଥିଲା ବିଜେଡି । କିନ୍ତୁ ଦୁଇ ନେତା ଗୋଟିଏ ଘଟଣାରେ ସୂଚନା ଦେବା, ଲାଗୁଥିଲା କିଛି ଘଟିଛି ଟ୍ରାଜେଡି । ନିକଟରେ ଦଳର କିଛି ବରିଷ୍ଠ ନେତା ରାଜ୍ୟ ବାହାରେ ଗୋଟିଏ ନୈଶ୍ୟ ଭୋଜିରେ ଏକାଠି ହୋଇଥିବାର ସ୍ଥିର ଚିତ୍ର ସାମ୍ନାକୁ ଆସିଥିଲା । ଦଳର ପରାଜୟ ପରେ କିଛି ନେତା ପାଣ୍ଡିଆନଙ୍କୁ ଦୋଷାରୋପ କରୁଥିବାବେଳେ କିଛି ସମର୍ଥନ କରୁଛନ୍ତି । ଆଉ ଏବେ ପୁଣି ଭୈରବ ବାବୁ ସବୁ ବୁଝୁଥିବା ଖୋଦ ବିଜେଡି ନେତା ହିଁ ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ନେଇ ଅନେକ ନାଖୁସ ।
📱 Get Argus News App
✨ସୁପ୍ରିମୋଙ୍କ ପ୍ରେମ ଆଗରେ ଅନେକ ବି ମୁହଁ ଖୋଲି ପାରୁ ନାହାଁନ୍ତି । ତେବେ ଦୁଇଟି ଗୋଷ୍ଠୀ ଦଳ ଭିତରେ ଚାଲିଥିଲାବେଳେ କିଏ କେଉଁ ଗୋଷ୍ଠୀର ନେତୃତ୍ୱ ନେଉଛି ତାହା ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଅରୁଣ କାହା ଗୋଷ୍ଠୀର ଆଉ ରାଜା କାହାର ? କେଉଁ ନେତା କାହା ପଟେ ? କିଏ କାହା ଇଙ୍ଗିତରେ କରିଛନ୍ତି ପ୍ରେସମିଟ ? ଏମିତି ଅସମୋହିତ ପ୍ରଶ୍ନ ଏବେ ରାଜନୈତିକ ମାର୍କେଟରେ ଘୁରି ବୁଲୁଛି ? ତେବେ ଏଯାଏଁ ଦଳ ବି ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ହସ୍ତଗତ କରିନାହିଁ ।
25 ବର୍ଷର ଦଳ । ଗୋଟିଏ ଟାଇମରେ ଅନେକ ନେତାଙ୍କୁ ନେଇ ପିସି କରୁଥିବାବେଳେ । ପରାଜୟ ପରେ ଏମିତି କଣ ଘଟିଲା । ଯେଉଁଥିପାଇଁ ଜଣେ ଶଙ୍ଖ ଭବନରେ ଆଉ ସରକାରୀ କ୍ୱାର୍ଟରରେ ସାମ୍ବାଦିକ ସମ୍ମିଳନୀ ଡାକିଲେ । ସେଇଥିପାଇଁ ସନ୍ଦେହ ହେଉଛି ଫାଟିଗଲା ବିଜେଡି, ଜଣାଇଦେଲେ ରାଜା ଓ ଅରୁଣ...