Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜେଲ ଗଲେ ରସିକିଆ ଡାକ୍ତର, ବିବାହ ପ୍ରତିଶୃତି ଦେଇ ଧୋକା

Odisha

ଜେଲ ଗଲେ ରସିକିଆ ଡାକ୍ତର, ବିବାହ ପ୍ରତିଶୃତି ଦେଇ ଧୋକା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜେଲ ଗଲେ ରସିକିଆ ଡାକ୍ତର, ବିବାହ ପ୍ରତିଶୃତି ଦେଇ ଧୋକା

ମାଲକାନଗିରି: ଜେଲ ଗଲେ ମାଲକାନଗିରି ଜିଲ୍ଲା ମୋଟୁର ରସିକିଆ ଆୟୂଷ ଡାକ୍ତର । ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ । ମିଛ ପ୍ରତିଶୃତି ଦେଇ ପ୍ରେମରେ ପ୍ରତାରଣା। ବିବାହର ପ୍ରତିଶୃତି ଦେଇ ଧୋକା ଦେଲେ ଡାକ୍ତର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ପ୍ରଥମେ ପ୍ରେମ ଜାଲରେ ଫସାଇଲେ, ଏହାପରେ ବିବାହର ମିଛ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲେ। ଏବେ ଆଉ ଏକ ଯୁବତୀଙ୍କୁ ବିବାହ କରୁଥିବା ଖବର ଜଣାପଡିଛି। ଏଖବର ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ। 


ଅନ୍ୟ ଏକ ଯୁବତୀକୁ ବିବାହ କରୁଥିବା ଖବର ପାଇ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ ଟିମ ସମ୍ବଲପୁର ଯାଇ ଡାକ୍ତରଙ୍କୁ ଗିରଫ କରି ମାଲକାନଗିରିକୁ ଆଣିଛି। ଅଭିଯୁକ୍ତ ଡାକ୍ତର ଜଣଙ୍କ ପୂର୍ବରୁ ମଧ୍ୟ ଅନ୍ୟ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଶାରୀରିକ ସମ୍ପର୍କରଖି ତାଙ୍କୁ ହତ୍ୟା କରିଥିବା ନେଇ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Argus Whatsapp Channel Mobile Top
Sponsored
doctor goes to jail, cheating by promising marriage | Argus News