ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତ, ଜଣେ ଅଟକ

Key Points
୪ କୋଟି ମୂଲ୍ୟର ନିଶା ଦ୍ରବ୍ୟ ଜବତ
ଧରିଲା କଷ୍ଟମ ବିଭାଗ ଓ ଡିଆରଆଇ
ବ୍ୟାକଂକରୁ ନେଇ ଆସୁଥିଲେ
ଭୁବନେଶ୍ଵର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ ହୋଇଛି । ବିଦେଶରୁ ବିମାନ ଯୋଗେ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ଓ ଡିଆରଆଇ ୪ କୋଟି ମୂଲ୍ୟର ନିଶା ଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଏୟାରପୋର୍ଟରୁ ବିପୁଳ ସୁନା ଜବତ ହେଉଥିବା ବେଳେ ଏବେ ନିଶା ଦ୍ରବ୍ୟ ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବିମାନରେ ଦାମୀ ନିଶା ଦ୍ରବ୍ୟ ନେଇ ବ୍ୟାକଂକରୁ ବ୍ୟକ୍ତି ଜଣଙ୍କ ଆସୁଥିଲେ । ଅତି ଚତୁରତାର ସହ ଖାଦ୍ୟ ପୁଡ଼ିଆ ଭିତରେ ଲୁଚାଇ ଆଣୁଥିଲେ ନିଶା ଦ୍ରବ୍ୟ । ଖାଦ୍ୟ ପ୍ୟାକେଟ୍ରେ ନିଶା ଦ୍ରବ୍ୟ ଆଣୁଥିବା ବେଳେ କେରଳର ବ୍ୟକ୍ତି ଡିଆରଆଇ ହାତରେ ଧରା ପଡ଼ିଛନ୍ତି ।
📱 Get Argus News App
✨ତେବେ ଡିଆରଆଇ ଦେଇଥିବା ସୂଚନା ଅନୁସାରେ, ଧରା ପଡ଼ିଥିବା ବ୍ୟକ୍ତି ଜଣଙ୍କ କମିଶନ ନେଇ ନିଶା ଦ୍ରବ୍ୟ ଚାଲାଣ କରୁଥିଲେ । ଅର୍ଥାତ୍ ଡିଆରଆଇ ହାତରେ ଧରିଥିବା ବ୍ୟକ୍ତି ଜଣଙ୍କ ଜଣେ ନିଶା ଦ୍ରବ୍ୟ ଚାଲାଣକାରୀ । ଏହି ନିଶା ଦ୍ରବ୍ୟ କାରବାରରେ ଆହୁରି ଅନେକ ଅନ୍ତର୍ଜାତୀୟ ନିଶା ମାଫିଆ ସାମିଲ୍ ରହିଛନ୍ତି ।
ତେବେ ବ୍ୟକ୍ତି ଜଣଙ୍କ ବ୍ୟାଂକକର କେଉଁଠାରୁ, କାହାଠୁ ନିଶା ଦ୍ରବ୍ୟ ଆଣି ଓଡ଼ିଶା ଆସୁଥିଲେ । ଭୁବନେଶ୍ଵରରେ ନିଶା ଦ୍ରବ୍ୟ କାରବାର କରିଥାନ୍ତେ ନା ଭାରତର ଅନ୍ୟ କେଉଁ ରାଜ୍ୟକୁ ପଠାଇଥାନ୍ତେ । ବ୍ୟାଂକକରୁ କିଏ ପଠାଉଛି ଓ ଭାରତରେ କିଏ ଆମଦାନୀ କରୁଛି । ଏନେଇ କଷ୍ଟମ ବିଭାଗ ଓ ଡିଆରଆଇ ବ୍ୟକ୍ତି ଜଣଙ୍କୁ ପଚରା ଉଚରା ଜାରି ରଖିଛନ୍ତି ।