Videos
|
Odisha

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍‌

Swoyangprjna Mishra
Browse all articles by Swoyangprjna Mishra
·1 year ago·1 min read
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍‌

ଅର୍ଗସ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପଶିଲା ଇଡି। ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ । ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ । ନୂଆଦିଲ୍ଲୀର ଗୋଟିଏ ସ୍ଥାନରେ ବି ଇଡି ଚଢ଼ାଉ କରୁଛି।୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲାI ଏନେଇ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ବ ଏନଜିଓର ପ୍ରତିଷ୍ଠାତା ଏବଂ ବିଶ୍ବ ଦରବାର ଯାତ୍ରାର ମାଲିକ ହେଉଛନ୍ତି ମୃତ କ୍ଷୀରୋଦ ମଲ୍ଲିକ।


ସେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନଥିବା କୁହାଯାଉଛି। ଏଣେ ଅତୀତର ଡାଲି ଦୁର୍ନୀତିରେ ବି ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ନାଁ ସେତେବେଳେ ଯୋଡ଼ା ଯାଇଥିଲା।ସେତେବେଳେ ଡ଼ାଲି ଯୋଗାଣ ମନିଟରିଂ କମିଟିରୁ ମନ୍ତ୍ରୀଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଇସ୍ତଫା ଦେଇଥିଲେ । NGO ନାଁରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଙ୍କଠାରୁ 231 କୋଟି ଟଙ୍କା ଋଣ ଆଣିଥିଲା କ୍ଷୀରୋଦଙ୍କ ସଂସ୍ଥା । SSGଙ୍କୁ ଲୋନ ଦେବା ନାଁରେ ଟଙ୍କା ଜାଲିଆତି କରାଯାଇଥିବା ଅଭିଯୋଗ ଆସିବା ପରେ ରେଡ କରିଛି ଇଡି । ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ମାଲିକାନାରେ ରହିଛି `ବିଶ୍ଵ' । କ୍ଷୀରୋଦଙ୍କ ମୃତ୍ୟୁ ପରେ NGO ଚଳାଉଥିଲେ ତାଙ୍କ ପୁଅ ଦେବବ୍ରତ ମଲ୍ଲିକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ED raids at the house of opposition chief secretary Pramila Mallick's brother | Argus News