Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାଷୀଙ୍କ ନିଦ ହଜାଇଛି ହାତୀ ପଲ

Odisha

ଚାଷୀଙ୍କ ନିଦ ହଜାଇଛି ହାତୀ ପଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଚାଷୀଙ୍କ ନିଦ ହଜାଇଛି ହାତୀ ପଲ

ଅର୍ଗସ ବ୍ୟୁରୋ:  ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ଫସଲ ରକ୍ଷା ପାଇଁ ହାତୀ ସହ ଛକାପଞ୍ଝା । ଅନ୍ଧାର ରାତିରେ ବିଲ ଭିତରେ ଜଳୁଛି ଆଲୁଅ, ସମସ୍ତେ ହାତରେ ନିଆଁ ହୁଳା ଧରି ବିଲ ଭିତରେ ଦୌଡୁଛନ୍ତି । କାରଣ ରାତି ହେଲେ କ୍ଷତରେ ପଶି ଫସଲ ନଷ୍ଟ କରୁଛନ୍ତି ହାତୀପଲ ।  ଶୁଳିଆପଦା ରେଞ୍ଜ ନଛିପୁର ଗାଁରେ ରାତି ତମାମ ହାତୀ ପାଇଁ ଉଜାଗର ହେଉଛନ୍ତି ଚାଷୀ । ହାତୀ ପାଇଁ ଘର ଛାଡି ରାତି ତମାମ ବିଲରେ କଟାଉଛନ୍ତି ଚାଷୀ ପରିବାର ।


ଶୁଳିଆପଦା ଗ୍ରାମବାସୀଙ୍କ ଦୁଃଖ ପାଲଟିଛନ୍ତି ହାତୀ ପଲ। ଚାଷୀର ବର୍ଷକର ସୁନାର ଫସଲକୁ  ହାତୀପଲ ଦଳି ଚଟକି ନଷ୍ଟ କରିଦେଇଛନ୍ତି। କିଛିଦିନ ପୁର୍ବରୁ ଏହି ସବୁ ଜମିରେ ସୁନାର ଫସଲ ହସୁଥିଲା । ମାତ୍ର ଅମଳ ସମୟରେ ହାତୀପଲ ନଷ୍ଟ କରିଦେଲେ ସୁନୀର ଫସଲ । ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର । ୪୧ ଟିକିଆ ଝାଡ଼ଖଣ୍ଡି ହାତୀପଲ ଦିର୍ଘ ୧୫ଦିନ ହେବ ଶୁଳିଆପଦା ବ୍ଲକର ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଆଂଚଳ ଭଣ୍ଡାରୀଷୋଳ ,ଉଫାଲଗଡ଼ିଆ , ବଡ଼ଶୋଳ , ଘଣଘଣା , କେଉଟୁଣୀମାରି, ହାତିମଡା ଆଦି ୫ଟି ପଂଚାୟତର ବହୁ ଧାନ ଫସଲ ନଷ୍ଟ କରିଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହାତୀ ଭୟ ଚାଷୀଙ୍କୁ ସୁଆଇ ଦେଉନି। ଦେଖନ୍ତୁ କିଭଳି ରାତି ରାତି ଉଜାଗର ହୋଇ ଚାଷୀ ନିଆଁ ଜାଳି ହାତୀ ଉପଦ୍ରବରୁ ଧାନ ଫସଲକୁ ରକ୍ଷା ପାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛି। ୧୫ଦିନ ହେବ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି ୪୧ ଟିକିଆ ଝାଡ଼ଖଣ୍ଡି ହାତୀପଲ । ଦିନବେଳେ ଜଙ୍ଗଲ ଭିତରେ ହାତୀପଲ ରହୁଥିବା ବେଳେ ଠିକ ଅପରାହ୍ନ ୫ଟା ବାଜିଲା ମାତ୍ରେ ଜଙ୍ଗଲରୁ ବାହାରି ଖାଦ୍ୟ ଅନ୍ବେଷଣରେ ଧାନ ବିଲ ମୁହାଁ ହେଉଛନ୍ତି । ହାତୀ ଭୟରେ ଲୋକେ ଜୀବନ ବିକଳରେ ଛୁଆପିଲା ଧରି ଗାଁ ଛାଡି ପଳାଉଛନ୍ତି। ଏହା କେବଳ ୧୫ ଦିନର ସମସ୍ୟା ନୁହେଁ ବର୍ଷ ତମାମ ଝାଡ଼ଖଣ୍ଡି ହାତୀପଲ ଶୁଳିଆପଦା ବ୍ଳକର ବିଭିନ୍ନ ସ୍ଥାନରେ ଉପଦ୍ରବ କରିଥାନ୍ତି। ବହୁ ଧନ ଜୀବନ ନଷ୍ଟ ହେବା ସହିତ ବହୁ ପରିବାର ବାସହରା ଓ ବେସାହାରା ହୋଇଯାଇଛନ୍ତି। 

Sponsored
Elephants are disturbing farmers' sleep | Argus News