ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ, ୫ ଗିରଫ
·1 year ago

ଅର୍ଗସ ବ୍ୟୁରୋ: ରେଡ୍ ପାଇଁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ତିନି ମହିଳାଙ୍କ ସହ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ । ବାଲେଶ୍ବର କମର୍ଦା ବଜାର ନିକଟରେ ବ୍ରାଉନ ସୁଗାର ପାଇଁ ରେଡ୍ କରିବାକୁ ଜଳେଶ୍ବର ଅବକାରୀ ବିଭାଗ ଯାଇଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ଅବକାରୀ ବିଭାଗର ଜଣେ ମହିଳା ସହିତ ୨ ଜଣ ପୁରୁଷ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ ।
ପରେ ଜଳେଶ୍ବର ଓ ଭୋଗରାଇ ପୋଲିସ SDPOଙ୍କ ସହାୟତାରେ ଅବକାରୀ ବିଭାଗର ୩ଜଣଙ୍କୁ ପୋଲିସ ଉଦ୍ଧାର କରିଥିଲେ । ଆକ୍ରମଣ ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି sdpo ସୂଚନା ଦେଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡିଶା ଖବର: