Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଏ ବାଏ କେଜ୍ରାୱାଲ !

Bikash Chandra Barik
Browse all articles by Bikash Chandra Barik
·1 year ago·2 min read
ବାଏ ବାଏ କେଜ୍ରାୱାଲ !

Key Points

27 ବର୍ଷ ପରେ ଫେରୁଛି ବିଜେପି

ଦିଲ୍ଲୀରେ ଗଢିବ ସରକାର

1993ରେ ଦିଲ୍ଲୀରେ ସରକାର ଗଢିଥିଲା ବିଜେପି

27 ବର୍ଷ ପରେ ଫେରୁଛି ବିଜେପି । ଦିଲ୍ଲୀରେ ଗଢିବ ସରକାର । ଉଡିବ ପଦ୍ମ ଝଣ୍ଡା । 70 ଆସନ ପାଇଁ ପଡିସାରିଛି ଭୋଟ୍ । ବୁଥ ବାହୁଡା ମତ ପଦ୍ମ କ୍ୟାମରେ ମିଠାଇ ପ୍ରସ୍ତୁତର ଆଭାସ ଦେଉଛି । 1993 ମସିହାରେ ପ୍ରଥମ ଥର ଦିଲ୍ଲୀରେ ସରକାର ଗଢିଥିଲା ବିଜେପି । ମୁଖ୍ୟମନ୍ତ୍ରୀ ହୋଇଥିଲେ ମଦନଲାଲା ଖୁରାନା । ହେଲେ ପାଞ୍ଚ ବର୍ଷରେ ରାଜଧାନୀ ଦେଖିଥିଲା ତିନି ମୁଖ୍ୟମନ୍ତ୍ରୀ । ସାହିବ ସିଂ ବର୍ମା, ସୁଷମା ସ୍ୱରାଜ ପରେ ପରେ ମଙ୍ଗ ସମ୍ଭାଳିଥିଲେ । ଆଉ ସେବେ ଠୁ ବିଜେପି ଯାଇଛି ଯେ ଯାଇଛି । ଆଉ ଶାସନ କ୍ଷମତାକୁ ଫେରିନି । 1998ରୁ 2013 ଯାଏଁ କଂଗ୍ରେସ ହାତରେ ଦେଶର ରାଜଧାନୀ ରହିଥିବାବେଳେ 13ରୁ 2025 ଯାଏଁ ରହିଛି ଆମ୍ ଆଦମୀ ପାର୍ଟି ।


ଏବେ ଦେଶରେ ମୋଦି ଲହର ରହିଥିବାବେଳେ ଓଡ଼ିଶାରେ ବି 25 ବର୍ଷର ସରକାରକୁ ଫିଙ୍ଗି ଦେଇଥିଲା ବିଜେପି । ଆଶା ଉଦ୍ଦୀପନା ହୋଇଥିଲା ଯେ ଦିଲ୍ଲୀ ବି ବେଶୀ ଦୂର ନୁହେଁ । ସେପଟେ କେଜ୍ରିୱାଲ ସରକାରର ଦୁର୍ନିତୀ-ମିଥ୍ୟା ପ୍ରତିଶ୍ତୁତି ଏବଂ ଗିରଫଦାରୀରେ ଅସନ୍ତୁଷ୍ଟ ଥିଲେ ଦିଲ୍ଲୀର ଜନତା । ମାଗଣା ପାଣି କେବଳ ପ୍ରଚାରରେ ରହିଯାଇଥିବାବେଳେ ଲୋକେ ଜଳ ଯନ୍ତ୍ରଣାରେ ଅସଲ ସତକୁ ଜାଣିଥିଲେ । ତେବେ ଫେବୃୟାରୀ 5ରେ ଭୋଟଦେଇଥିବା ଦିଲ୍ଲୀ ବାସୀଙ୍କ ବୁଥ ବାହୁଡା ମତ କହୁଛି 27 ବର୍ଷ ପରେ ରିଟର୍ଣ୍ଣ କରିପାରେ ବିଜେପି ।

କାରଣ MATRIZE ର ଆକଳନ କହୁଛି- ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି । ସେହିପରି P-MARQ ର ଆକଳନ ହେଲା- ବିଜେପି ୩୯ରୁ ୪୯ଟି ଆସନ, ଆପ୍ ୨୧ରୁ ୩୧ ଏବଂ କଂଗ୍ରେସ୍ ୦ରୁ ୧ ସିଟ୍ ପାଇପାରେ । ପିପୁଲସ୍ ଇନସାଇଟ୍‌’ର ଏକଜିଟ୍ ପୋଲ୍ ସର୍ଭେ କହୁଛି- ବିଜେପି ୪୦ରୁ ୪୪ ସିଟ୍, ଆପ୍ ୨୫ରୁ ୨୯ ଏବଂ କଂଗ୍ରେସ ୦ରୁ ୨ଟି ସିଟ୍ ଜିତିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ‘ପିପୁଲସ୍ ପଲସ୍’ ସର୍ଭେ ଅନୁଯାୟୀ- ବିଜେପି ୫୧ରୁ ୬୦ଟି ସିଟ୍ ଏବଂ ଆପ୍ ୧୦ରୁ ୧୯ଟି ସିଟ୍ ଜିତିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ‘JVC’ ସର୍ଭେ ବିଜେପିକୁ ୩୯ରୁ ୪୫ଟି ସିଟ୍ ଦେଇଥିବା ବେଳେ ଆପ୍‌କୁ ୨୨ରୁ ୩୧ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ଦେଇଛି । ‘ପୋଲ୍ ଡାଏରୀ’ର ସର୍ଭେ ଅନୁସାରେ ବିଜେପିକୁ ୪୨ରୁ ୫୦ ସିଟ୍, ଆପ୍ କୁ ୧୮ରୁ ୨୫ ଏବଂ କଂଗ୍ରେସକୁ ୦ରୁ ୨ଟି ସିଟ୍ ମିଳିବାର ସମ୍ଭାବନା ରହିଛି । POLL OF POLLS ର ସର୍ଭେ ରିପୋର୍ଟ ଅନୁସାରେ ଆମ୍‌ ଆଦମୀ ପାର୍ଟି ୨୬, ବିଜେପି ୪୩ ଓ କଂଗ୍ରେସ ଗୋଟିଏ ଆସନ ଜିତିପାରେ । Chanakya STRATEGIES ର ରିପୋର୍ଟ ଅନୁସାରେ ଆପ୍‌ ୨୫-୨୮, ବିଜେପି ୩୯-୪୪ ଓ କଂଗ୍ରେସ ୨-୩ ଟି ସିଟ୍‌ରେ ବାଜିମାତ କରିପାରେ । POLL DIARY ର ସର୍ଭେ ରିପୋର୍ଟ ଅନୁସାରେ ଆପ୍‌ ୧୮-୨୫, ବିଜେପି ୪୨-୫୦ ଓ କଂଗ୍ରେସ ୦-୨ଟି ଆସନରେ ବିଜୟଲାଭ କରିପାରେ ।

ସେହିପରି DV RESEARCH ର ରିପୋର୍ଟ ଅନୁସାରେ ଆପ୍‌ ୨୬-୩୪, ବିଜେପି ୩୬-୪୪ ଜିତିପାରେ । କଂଗ୍ରେସ ଖାତା ଖୋଲିପାରିବନି ବୋଲି DV RESEARCH ଏକଜିଟ୍‌ ପୋଲ ରିପୋର୍ଟରେ କହିଛି । ସୂଚନା ଅନୁସାରେ ଆଜି ଦିଲ୍ଲୀ ନିର୍ବାଚନ ଶେଷ ହୋଇଥିବାବେଳେ ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ ।

Sponsored
Exit Poll Of Delhi Election Results 2025, BJP Edge And Will Form Government | Argus News