ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାରଙ୍କର ବ୍ୟାପକ ପ୍ରସ୍ତୁତି
·1 year ago·1 min read

ଅର୍ଗସ ବ୍ୟୁରୋ : ଆସନ୍ତା ଜାନୁଆରୀ ୮-୧୦ ତିନିଦିନ ଧରି ରାଜ୍ୟରେ ହେବ ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ,କାର୍ଯ୍ୟର ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଓଡ଼ିଶା ସରକାରଙ୍କ ଗୃହ ବିଭାଗ,ପର୍ଯ୍ୟଟନ ବିଭାଗ ପୂରା ପ୍ରସ୍ତୁତିରେ ଲାଗିପଡିଛନ୍ତି । ଓଡ଼ିଶାର ସଂସ୍କୃତି , ପରମ୍ପରା ଐତିହ୍ୟ ସମ୍ଫର୍କରେ କିପରି ସମସ୍ତେ ଜାଣିବେ ଏ ନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି।
ଯିବା ଆସିବା ପାଇଁ କ୍ରୁଟ ପକ୍ଷରୁ ୫୦ ଟି ନୁଆ ବସ ଓ ୫ଟି ଡବଲ ଡ୍ଡେକର ବସ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପୁରା କଡ଼ା କଡ଼ି କରାଯାଇଥିବା ବେଳେ,ଭୁବନେଶ୍ଵରରକୁ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ କରାଯାଇଛି।ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ବେସ୍ ଭଲ ଭାବେ ହେବ ବୋଲି କହିଛନ୍ତି ମନ୍ତ୍ରୀ। ୫ରୁ ୭ହଜାର ଲୋକ ଏଥିରେ ସାମିଲ ହେବାକୁ ଥିବା ବେଳେ, କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: